Below header

ଜଳି ଯିବାର ତୁରନ୍ତ ପରେ ପୋଡି ଯାଇଥିବା ସ୍ଥାନରେ ଭୁଲରେ ବି ଲଗାନ୍ତୁ ନାହିଁ ଏହି ୩ ଜିନିଷ

ରୋଷେଇ ଘରେ କାମ କରିବା ସମୟରେ ପ୍ରାୟ ସମୟରେ ମହିଳାମାନେ ଜଳି ଯାନ୍ତି କିମ୍ବା ଫୋଟକା ହୋଇଯାଏ। କେବଳ ମହିଳାମାନେ ନୁହଁନ୍ତି ପୁରୁଷମାନେ ମଧ୍ୟ ଏହି ଜଳାପୋଡାର ଶିକାର ହୋଇଯାନ୍ତି। ଏମିତିରେ ଲୋକମାନେ ଡରିଯାଆନ୍ତି ଏବଂ ଏମିତି କିଛି କରିଦିଅନ୍ତି ଯାହା ଦ୍ବାରା ସମସ୍ୟା କମିବା ବଦଳରେ ବଢ଼ିଯାଇଥାଏ। ଶରୀରରେ କେଉଁଠି ବି ପୋଡିଗଲେ କିମ୍ବା ଜଳିଗଲେ ଏହା ବହୁତ ଯନ୍ତ୍ରଣା ଦେଇଥାଏ ଯାହାକୁ ସହିବା ବହୁତ କଷ୍ଟକର।

ଏମିତିରେ ଯଦି ଆମେ ବ୍ୟସ୍ତ ହୋଇ ଜଳିଯାଇଥିବା ସ୍ଥାନରେ ଏମିତି କିଛି କାମ କରିଦିଅନ୍ତି ଯାହା ପରବର୍ତ୍ତୀ ସମୟରେ ଦାଗ ପଡିଯିବାର ସମ୍ଭାବନା ବଢ଼ିଯାଇଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ତିନିଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଜଳିବାର ତୁରନ୍ତ ଲଗାଇବା ଉଚିତ ନୁହେଁ।

-ହାତ କିମ୍ବା ଗୋଡ ଜଳିଗଲେ ଲୋକମାନେ ତୁରନ୍ତ ବରଫ ଲଗାଇ ଦିଅନ୍ତି କିମ୍ବା ବରଫ ଲଗାଇବା ପାଇଁ ପରାମର୍ଶ ଦିଅନ୍ତି। ଅବଶ୍ୟ ବରଫ ଦ୍ବାରା ଫୋଟକା ହୋଇନଥାଏ କିନ୍ତୁ ବରଫ ସେହି ଯାଗାରେ ରକ୍ତ ଜମାଇଦେଇଥାଏ ଏବଂ ଏହା ଆପଣଙ୍କ ରକ୍ତ ସଞ୍ଚାରକୁ ପ୍ରଭାବିତ କରିପାରେ। ଏଥିପାଇଁ ବରଫ ଘସିବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କୁ ଅଧିକ ସମସ୍ୟା ବଢ଼ାଇଦେଇଥାଏ।

ice-କେବେବି ଜଳିଯାଇଥିବା ସ୍ଥାନରେ ତୁଳାର ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ଆପଣଙ୍କ ଚର୍ମ ସହିତ ଲାଗିଯାଇଥାଏ ଏବଂ ଏହା ଆହୁରି ଯନ୍ତ୍ରଣା ଦେବା ସହିତ ସଂକ୍ରମଣକୁ ବଢ଼ାଇଦେଇଥାଏ। ସଂକ୍ରମଣ ହେବା କାରଣରୁ ଆପଣଙ୍କ ଘା’ ଅଧିକ ବଢ଼ିଯାଇଥାଏ।

-ପୋଡି ଯାଇଥିବା କିମ୍ବା ଜଳି ଯାଇଥିବା ସ୍ଥାନରେ ତୁରନ୍ତ ଲହୁଣୀ କିମ୍ବା ମଲମ ଲଗାଇବା ଉଚିତ ନୁହେଁ। ଯଦି ପୋଡି ଜଳି ଯିବା କାରଣରୁ ଫୋଟକା ହୋଇଯାଇଥାଏ ତେବେ ତାହାକୁ ଫୁଟାନ୍ତୁ ନାହିଁ ଏହାଦ୍ବାରା ସଂକ୍ରମଣ ଅଧିକ ହେବାର ସମ୍ଭାବନା ଥାଏ। ଯେଉଁ କାରଣରୁ ଆପଣଙ୍କ ଯନ୍ତ୍ରଣା ଦୁଇଗୁଣା ବଢ଼ିଯାଇଥାଏ।

ଏଥିପାଇଁ ଆପଣଙ୍କୁ ଏହି ସବୁ ଉପରେ ଧ୍ୟାନ ରଖିବାକୁ ହେବ ଯାହାଦ୍ବାରା ଭବିଷ୍ୟତରେ ଏଭଳି କୌଣସି ପରିସ୍ଥିତି ଆସିଲେ ଆପଣ ଏହିସବୁ ଭୁଲ କରିବେ ନାହିଁ ନଚେତ ଆପଣଙ୍କ ଯନ୍ତ୍ରଣା ବଢ଼ିବା ସହିତ ସମସ୍ୟା ମଧ୍ୟ ବଢ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.