‘ଫନି’ ନେଇ ପ୍ରସ୍ତୁତି, ନନ୍ଦନକାନନ ଏବଂ ବାଲୁଖଣ୍ଡ ଅଭୟାରଣ୍ୟରେ ପଶୁପକ୍ଷୀଙ୍କ ସୁରକ୍ଷା ନେଇ ତତ୍ପରତା

ପୁରୀ : ରାଜ୍ୟରେ ଆରମ୍ଭ ହେଲାଣି ଫନି ବାତ୍ୟାର ତାଣ୍ଡବ। ଏବେଠାରୁ ବର୍ଷା ଏବଂ ପବନ ଆରମ୍ଭ ହୋଇଗଲାଣି। ଏନେଇ ପୁରୀ ଉପଖଣ୍ଡରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ନନ୍ଦନକାନରେ ଥିବା ହଜାର ହଜାର ପକ୍ଷୀ ଏବଂ ପଶୁ ଭୟଭୀତ ଅବସ୍ଥାରେ ରହିଛନ୍ତି।

ବାଲୁଖଣ୍ଡ ଅଭୟାରଣ୍ୟ ପୁରୀ ଏବଂ କୋଣାର୍କର ମଧ୍ୟରେ ଅବସ୍ଥିତ। ଯେଉଁଠାରେ ଫନି ବାତ୍ୟାର ଘୋର ପ୍ରଭାବ ଦେଖାଯିବ ବୋଲି ସୂଚନା ମିଳିଛି। ଏଠାରେ ଥିବା ପଶୁପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି। ଏନେଇ ଅଭୟାରଣ୍ୟରେ ପଶୁ ଡାକ୍ତରଙ୍କ ସହ ଜରୁରୀକାଳୀନ ପରିସ୍ଥିତି ପାଇଁ ସମସ୍ତ ପ୍ରକାରର ଔଷଧ ନିୟୋଜିତ କରାଯାଇଛି। କହିବାକୁ ଚାହିଁବୁ ବାଲୁଖଣ୍ଡରେ ମୋଟ ୪୦୦୦ ହରିଣ ରହିଛନ୍ତି।

tiger

ଏହା ବ୍ୟତୀତ ଭୁବନେଶ୍ବର ସ୍ଥିତ ନନ୍ଦନକାନନରେ ମଧ୍ୟ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଜରୁରୀକାଳିନ ପରିସ୍ଥିତି ପାଇଁ ଔଷଧ ସହ ପଶୁ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ତେବେ ନନ୍ଦନକାନନକୁ ବାତ୍ୟାର ପ୍ରଭାବ ଶେଷ ହେବା ପର‌୍ୟ୍ୟନ୍ତ ଅର୍ଥାତ୍ ଗୁରୁବାରରୁ ଶନିବାର ପର‌୍ୟ୍ୟନ୍ତ ବନ୍ଦ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.