Below header

ନିର୍ବାଚନ ପୂର୍ବରୁ ରାହୁଲ୍ ଜିତିଲେ ସୋସିଆଲ୍ ମିଡିଆ ଯୁଦ୍ଧ, ଟୁଇଟରରେ ମୋଦିଙ୍କୁ ଦେଲେ ମାତ୍

ବର୍ତ୍ତମାନର ଡିଜିଟାଲ ଯୁଗରେ ରାଜନୈତିକ ଯୁଦ୍ଧ କେବଳ ଭାଷଣ ଆଉ ରାଲିରେ ଜିତା ଯାଇପାରିବ ନାହିଁ । ବରଂ ଗୋଟିଏ ଯୁଦ୍ଧ ସୋସିଆଲ୍ ମିଡିଆରେ ବି ସବୁବେଳେ ଜାରି ରହିଥାଏ । ଆଉ ଏହି ଯୁଦ୍ଧରେ ମୋଦିଙ୍କୁ ମାତ୍ ଦେଇଛନ୍ତି ରାହୁଲ୍ ଗାନ୍ଧୀ । ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ ଟୁଇଟରରେ କରାଯାଇଥିବା ଟୁଇଟ୍ସର ଲୋକପ୍ରିୟତାରେ ମୋଦିଙ୍କଠୁ ଅଢେଇ ଗୁଣ ଆଗରେ ରାହୁଲ୍ ଗାନ୍ଧୀ । ୧ ଅକ୍ଟୋବରରୁ ୨୦୧୮ରୁ ୩୦ ଏପ୍ରିଲ ୨୦୧୯ ମଧ୍ୟରେ ହୋଇଥିବା ଟୁଇଟ୍ସକୁ ନେଇ ଏହି ଆକଳନ କରାଯାଇଛି ।

ଟୁଇଟରରେ ଦେଶର ସବୁଠାରୁ ଲୋକପ୍ରିୟ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କିନ୍ତୁ ଟୁଇଟ୍ସ ମାମଲାରେ ମୋଦିଙ୍କଠୁ ଢେର୍ ଆଗରେ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ । ଯେଉଁଠି ରାହୁଲ୍ ଗାନ୍ଧୀଙ୍କ ଟୁଇଟ୍ସକୁ ୭୬୬୧ ଥର ରିଟୁଇଟ୍ କରାଯାଇଛି ସେଠି ମୋଦି ଟୁଇଟକୁ ମାତ୍ର ୨୯୮୪ ଥର ରିଟୁଇଟ୍ କରାଯାଇଛି । ରାହୁଲ୍ ଏବଂ ମୋଦିଙ୍କ ପରେ ସୁଷମା ସ୍ବରାଜ ଏବଂ ଅରୁଣ ଜେଟଲୀଙ୍କ ଟୁଇଟ୍ସକୁ ସର୍ବାଧିକ ରିଟୁଇଟ୍ କରାଯାଇଛି ।

ତେବେ ଯଦି ଫଲୋଅର୍ସଙ୍କ କଥା କହିବା ତେବେ ଏହି ମାମଲାରେ ସବୁଠାରୁ ଆଗରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟୁଇଟରରେ ତାଙ୍କର ଫଲୋଅର୍ସ ଅଛନ୍ତି ପ୍ରାୟ ୪୭ ମିଲିୟନ୍ (୪.୭ କୋଟି) । ମୋଦିଙ୍କ ପରେ ଅଛନ୍ତି ଅରୁଣ ଜେଟଲୀ ଏବଂ ସୁଷମା ସ୍ବରାଜ । ତେବେ ଏହି ତାଲିକାର ୫ମ ସ୍ଥାନରେ ଅଛନ୍ତି ରାହୁଲ୍ ଗାନ୍ଧୀ । ରାହୁଲଙ୍କର ୯.୩ ଫଲୋଅର୍ସ ଅର୍ଥାତ୍ ୯୩ ଲକ୍ଷ ଫଲୋଅର୍ସ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.