Below header

ବ୍ରଶ୍ କରିବା ସମୟରେ ମାଢିରୁ ରକ୍ତ ବାହାରୁଛି ? ଆପଣାନ୍ତୁ ଏହି ଘରୋଇ ଉପାୟ

କଣ ବ୍ରଶ୍ କରିବା ସମୟରେ ଆପଣଙ୍କ ମାଢିରୁ ରକ୍ତ ବାହାରୁଛି କି ? ଯଦି ହଁ ତେବେ ହାଲକା ଭାବେ ନିଅନ୍ତୁ ନାହିଁ ଏହାକୁ । ଅଧିକାଂଶ ଲୋକ ଏହାକୁ ସାଧାରଣ ଭାବି ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଏଭଳି ସମସ୍ୟାକୁ ଅଣଦେଖା କରିବା ମହଙ୍ଗା ପଡିପାରେ ଆପଣଙ୍କୁ । ତେଣୁ ସମୟ ଥାଉ ଥାଉ ଏହାର ଚିକିତ୍ସା କରିଦିଅନ୍ତୁ । ଯଦି ପ୍ରାରମ୍ଭିକ ସ୍ତରରେ ଏହି ସମସ୍ୟା ଅଛି କିଛି ଘରୋଇ ଉପାୟ ଅବଲମ୍ବନ କରି ଆପଣ ଏଥିରୁ ମୁକ୍ତି ପାଇ ପାରିବେ ।

ଲବଙ୍ଗ ତେଲ :
ଯଦି କୌଣସି ଶକ୍ତ ଜିନିଷ ଖାଇଲେ କିମ୍ବା ବ୍ରଶ୍ କରିବା ସମୟରେ ଆପଣଙ୍କ ମାଢିରୁ ରକ୍ତ ବାହାରୁଛି ତେବେ ଏଥିପାଇଁ ବେଶ୍ ଲାଭଦାୟକ ହେଉଛି ଲବଙ୍ଗ ତେଲ । ଏଥିପାଇଁ ଆପଣଙ୍କୁ ତୁଳାକୁ ତେଲରେ ଭିଜାଇ ଦାନ୍ତରେ ଲଗାଇବାକୁ ପଡିବ । ଳଗାଇବାର କିଛି ସମୟ ପରେ ନଖ ଉଷୁମ ପାଣିରେ ମୁହଁ ସଫା କରନ୍ତୁ । ଯଦି ଲବଙ୍ଗ ତେଲ ଲଗାଇବାରେ ସମସ୍ୟା ହେଉଛି ତେବେ ଦିନକୁ ଦୁଇ ଥର ଲବଙ୍ଗ ଚୋବାଇ ପାରିବେ ।

ଭିଟାମିନ୍ ସି :
ଚେଷ୍ଟା କରନ୍ତୁ ନିଜ ଡାଏଟରେ ଅଧିକରୁ ଅଧିକ ଭିଟାମିନ୍ ସି ସାମିଲ୍ କରିବା ପାଇଁ । ଏହା ଇନଫେକ୍ସନକୁ ବଢିବାରେ ଅଟକାଇ ଥାଏ । ଦାନ୍ତ ଏବଂ ମାଢିକୁ ମଜଭୂତ କରିବା ପାଇଁ ସବୁଜ ପନିପରିବା ଏବଂ ଖଟା ଜାତୀୟ ଫଳ ଖାଆନ୍ତୁ ।

ସୋରିଷ ତେଲ :
ରାତିରେ ଶୋଇବା ସମୟରେ ଏକ ଚାମଚ ସୋରିଷ ତେଲରେ ଚିମୁଟାଏ ଲୁଣ ପକାଇ ଦାନ୍ତ ଏବଂ ମାଢିରେ ମାଲିସ୍ କରନ୍ତୁ । ଏମିତି ନିୟମିତ କଲେ କିଛି ଦିନ ମଧ୍ୟରେ ମାଢିରୁ ରକ୍ତ ବାହାରିବା ବନ୍ଦ ହୋଇଯିବ ।

ଫିଟିକିରି :
ଫିଟିକିରି ପାଣିରେ କୁଳି କଲେ ମାଢିରୁ ରକ୍ତ ବାହାରିବା ବନ୍ଦ ହୋଇଯାଏ । ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣରେ ଭରପୁର ଫିଟିକିରିରେ ରକ୍ତକୁ ରୋକିବା କ୍ଷମତା ଥାଏ । ଏହା ସହ ଏହା ସଂକ୍ରମଣ ବିପଦକୁ ମଧ୍ୟ କମ୍ କରିଥାଏ ।

ଲୁଣ :
ଦିନରେ ଅନ୍ତତଃ ଥରେ ଲୁଣ ପାଣିରେ କୁଳି କରିବା ଉଚିତ୍ । ଏପରି ନିୟମିତ କରିବା ଦ୍ବାରା ପୀଡା ତ କମ୍ ହୋଇଥାଏ ଏହା ସହ ସଂକ୍ରମଣ ଆଶଙ୍କା ମଧ୍ୟ କମ୍ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.