ଯାଜପୁର ଜିଲ୍ଲାର ୯ଟି ବୁଥ୍‌ରେ ସାନି ମତଦାନ ପୂର୍ବରୁ ପୋଲିସ୍‌ର ଫ୍ଲାଗ୍‌ ମାର୍ଚ୍ଚ

ଯାଜପୁର ଟାଉନ (କେ ନ୍ୟୁଜ) : ଆସନ୍ତା ୧୯ ତାରିଖ ଦିନ ଯାଜପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୯ଟି ବୁଥରେ ସାନି ମତଦାନ କରାଯିବ । ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଏହି ସବୁ ବୁଥ୍‌ ଅଞ୍ଚଳରେ ପୋଲିସ୍‌ ଫ୍ଲାଗ୍‌ ମାର୍ଚ୍ଚ । କରିଛି ।
ଗତ ଏପ୍ରିଲ ୨୯ ତାରିଖରେ ନିର୍ବାଚନ ସମୟରେ ଏହି ସବୁ ବୁଥ୍‌ରେ ରିଂଗିର ଅଭିଯୋଗ ଆସିଥିଲା । ବିଂଝାରପୁର ନିର୍ବାଚନ ମଣ୍ଡଳୀର ୧୩୫ ଏବଂ ୧୯୧ ନଂ ବୁଥ,ବରୀ ନିର୍ବାଚନ ମଣ୍ଡଳୀର ୮୨, ୧୫୮, ୧୬୨, ୧୬୩ ଓ ୧୯୪ ନଂ ବୁଥ, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୪୮ ନଂ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୧୯୬ ନଂ ବୁଥରେ ସାନି ମତଦାନ କରିବା ଲାଗି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ।
ତଥ୍ୟ ପ୍ରମାଣ ଆଧାରରେ ଏହି ୯ଟି ବୁଥରେ ସାନି ମତଦାନ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ । ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ବୁଥ୍‌ଗୁଡିକରେ କଡା ସୁରକ୍ଷା ମଧ୍ୟରେ ନିରପେକ୍ଷ ଭୋଟ ଗ୍ରହଣ କରାଯିବା ର ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଯାଜପୁର ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.