Below header

ପଡୋଶୀଙ୍କ ସହିତ କଲେ ଯୁକ୍ତି ଏବଂ ମହିଳାଙ୍କ ସାମ୍ନାରେ ନିବସ୍ତ୍ର ହୋଇ ଜେଲ ଗଲେ ପୋଲିସ କର୍ମୀ

ଜଣେ ପୋଲିସ କନଷ୍ଟେବଲଙ୍କୁ ମହିଳା ପଡୋଶୀଙ୍କ ଆଗରେ ନିବସ୍ତ୍ର ହେବା ପଡିଲା ମହଙ୍ଗା। ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମାମଲା ମୁମ୍ବାଇର ନେହରୁ ନଗରର ଅଟେ। ଗତ ୧୧ ବର୍ଷ ଧରି ଏକ ସୋସାଇଟୀରେ ପୋଲିସ କନଷ୍ଟେବଲ ହରିଶଚନ୍ଦ୍ର ଲହାନେଙ୍କର ପଡିଶା ଘରେ ରହୁଥିବା ଜଣେ ମହିଳାଙ୍କର ଯୁକ୍ତ ହେଲା ତେବେ ସେହି ପୋଲିସ କର୍ମଚାରୀ ଜଣଙ୍କ ତାଙ୍କ ସାମ୍ନାରେ ନିବସ୍ତ୍ର ହୋଇଗଲେ।

ମହିଳା ଜଣଙ୍କ ନିଜ ସମ୍ପର୍କୀୟଙ୍କ ସହିତ ବାଲକୋନିରେ କଥା ହେଉଥିଲେ। ସେତେବେଳେ ହରିଶଚନ୍ଦ୍ର ଲହାନେ ନିଜ ବାଳକୋନିକୁ ଆସିଥିଲେ ଏବଂ ସେହି ମହିଳାଙ୍କ ସହିତ ଯୁକ୍ତି କରିବାକୁ ଲାଗିଲେ। ଯୁକ୍ତିତର୍କ ଭିତରେ ସେ ନିବସ୍ତ୍ର ହୋଇ ମହିଳାଙ୍କୁ ନିଜର ଗୁପ୍ତାଙ୍ଗ ଦେଖାଇଲେ। ଏହାପରେ ସେ ନିଜ ଘରକୁ ଚାଲି ଯାଇଥିଲେ। ପୋଲିସ କର୍ମୀଙ୍କର ଏହି ସ୍ବଭାବରେ ମହିଳା ଜଣଙ୍କ ଆଶ୍ଚର‌୍ୟ୍ୟ ହୋଇ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ।

arrestଏହି ଘଟଣାପରେ ତାଙ୍କୁ ଗିରଫ କରାଗଲା। କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ତାଙ୍କ ବିରୁଦ୍ଧରେ ଏକ ଅନ୍ତର ବିଭାଗୀୟ ଯାଞ୍ଚ କରାଯାଉଛି।

ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ହରିଶଚନ୍ଦ୍ର ଲହାନେ ନିଜର ସ୍ତ୍ରୀ ଠାରୁ ଅଲଗା ହୋଇସାରିଛନ୍ତି। ସବୁବେଳେ ମଦ୍ୟପାନ କରନ୍ତି। ପୋଲିସ କନଷ୍ଟେବଲଙ୍କ ବିରୁଦ୍ଧରେ ଧାରା ୩୫୪ (ଏ) (ଅଶ୍ଳୀଳ ଆଚରଣ କରିବା, ଯୌନ ଉତ୍ପୀଡନ ଅପରାଧ ଦୋଷରେ) ୫୦୯ (ମହିଳାଙ୍କ ଭାବନାକୁ ଅଘାତ ପହଁଚାଇବା) ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.