ପ୍ରଥମେ ନିଜର ନାବାଳିକା ଝିଅକୁ କଲେ ଦୁଷ୍କର୍ମ, ପରେ ଭୁଲ୍ ବୁଝିପାରି କଲେ ଆତ୍ମହତ୍ୟା

ପ୍ରଥମେ ନିଜର ୧୪ ବର୍ଷୀୟ ଝିଅକୁ ଦୁଷ୍କର୍ମ କଲେ । ପରେ ନିଜର ଭୁଲ୍ ବୁଝିପାରି କଲେ ଆତ୍ମହତ୍ୟା । ଘଟଣାଟି ହେଉଛି ଉତ୍ତରପ୍ରଦେଶର ପ୍ରତାପଗଡରେ ।

ମିଳିଥିବା ସୂଚନା ମୂତାବକ, କିଛି ଦିନ ତଳେ ନିଶାଗ୍ରସ୍ତ ଅବସ୍ଥାରେ ନିଜ ଝିଅକୁ ଜଙ୍ଗଲକୁ କାଠ ଆଣିବାକୁ ଡ଼ାକି ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହା ପରେ କାହାକୁ ନଜଣାଇବା ପାଇଁ ଧମକ ମଧ୍ୟ ଦେଇଥିଲା । ହେଲେ ପୀଡିତା ଘଟଣା ସମ୍ପର୍କରେ ନିଜ ମା’କୁ ଜଣାଇଥିଲା । ସବୁ ଜାଣିବା ପରେ ଯେତେବେଳେ ସେ ସ୍ବାମୀକୁ ଏନେଇ ପଚାରିଲେ ସେତେବେଳେ ଅଭିଯୁକ୍ତ ପତ୍ନୀକୁ ଧମକ ଦେଇ ମୁହଁ ବନ୍ଦ କରିଦେଇଥିଲେ ।

ଏହା ପରେ ପୀଡ଼ିତାଙ୍କ ମା’ ପୂରା ଘଟଣା ବିଷୟରେ ନିଜ ଭାଇକୁ ଜଣାଇଥିଲେ । ସବୁ ଶୁଣିବା ପରେ ଉଭୟ ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ । ଅନ୍ୟପଟେ ଅଭିଯୋଗ କରାଯାଇଥିବା ଜାଣି ଅଭିଯୁକ୍ତ ଘରୁ ଫେରାର ହୋଇ ଯାଇଥିଲା । ହେଲେ କିଛି ଦିନ ପରେ ନିଜର ଭୁଲ ବୁଝିପାରି ଘରକୁ ଫେରି ଆସିଥିଲା ଅଭିଯୁକ୍ତ। ତେବେ ପୋଲିସ୍ ଘରେ ପହଞ୍ଚିବା ବେଳକୁ ଅଭିଯୁକ୍ତ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରି ସାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.