Below header

ଜମି ଜବରଦଖଲରୁ ଅଟକାଇବାରୁ ବାପ-ଝିଅକୁ ଗଛରେ ବାନ୍ଧି ପିଟିଲେ ଦୁର୍ବୃତ୍ତ

ସମସ୍ତିପୁର : ବିହାରର ସମସ୍ତିପୁର ଜିଲ୍ଲାର ବିଭୁତିପୁର ଥାନା ଅନ୍ତର୍ଗତ ଭୁସବ ଅଞ୍ଚଳରେ ସୋମବାର ସନ୍ଧ୍ୟାବେଳେ ଗୁଣ୍ଡାମାନେ ବାପ-ଝିଅକୁ ଗଛରେ ବାନ୍ଧି ପିଟିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାର ସୂଚନା ମିଳିବା ପରେ ଗ୍ରାମଲୋକ ଯାଇ ବାପା ଏବଂ ଝିଅକୁ ସେଥିରୁ ମୁକୁଳାଇଥିଲେ। ମଙ୍ଗଳବାର ଦିନ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରିବା ସହ ଏହାର ତଦନ୍ତ ଚଲାଇଛି।

ପୋଲିସ ସୂଚନା ମୁତାବକ, ପୀଡିତ ପିତାଙ୍କ ନାମ ରହିମ ମିଆଁ ରହିଥିଲା। ତାଙ୍କ ଜମିକୁ ନବାବ ନାମକ ଜଣେ ବ୍ୟକ୍ତି ଜବରଦଖଲ କରିବାକୁ ଚେଷ୍ଟା କରୁଥିଲା। ଏହାକୁ ରହିମ ଏବଂ ତାଙ୍କ ଝିଅ ରୁକସନା ବିରୋଧ କରିଥିଲେ। ଫଳରେ ଜବରଦଖଲ ପାଇଁ ଆସିଥିବା ଗୁଣ୍ଡା ମାନେ ବାପା-ଝିଅକୁ ଗଛରେ ବାନ୍ଧି ପିଟିଥିଲେ। ଏହି ସମୟରେ ରହିମଙ୍କ ପତ୍ନୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଗୁଣ୍ଡା ମାନେ ତାଙ୍କୁ ମଧ୍ୟ ପିଟିଥିଲେ। ଏହାପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.