JIOର ଏହି ସେବାର ଲାଭ ଉଠାଇବା ପାଇଁ ଦରକାର ପଡିବ ନାହିଁ ଜିଓ ସିମ୍, ଜାଣନ୍ତୁ ଏହାର ୫ ଜରୁରୀ ତଥ୍ୟ

ଜିଓ ସିମ ବ୍ୟବହାର କରୁଥିବା ଗ୍ରାହକ ଜିଓର ଅନେକ ଆପ୍ ବ୍ୟବହାର କରୁଥିବେ। ଗୀତ ପାଇଁ JioSaavn , ଫିଲ୍ମ ପାଇଁ JioCinema , ଡାଟା ଟ୍ରାନ୍ସଫର ପାଇଁ Jio Switch App ଭଳି ଅନେକ ଆପ୍ ସର୍ଭିସ ଆମକୁ ମାଗଣାରେ ମିଳିଥାଏ। କିନ୍ତୁ ବହୁତ କମ୍ ଲୋକଙ୍କୁ ଜଣାଅଛି ଯେ ଗୁଗଲ ଭଳି ସର୍ଭିସ ପାଇଁ ଜିଓର ଏକ ଆପ୍ ରହିଛି। ଏହି ଆପ୍ ର ନାମ ହେଉଛି Jio Browser App। ରିଲାଏନ୍ସ ଜିଓ ର ଏହି ଆପ୍ ଆଣ୍ଡ୍ରଏଡ୍ ଯୁଜର୍ସଙ୍କ ପାଇଁ ଅଟେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ଅଧିକ କିଛି।

-ଏହି ଆପ୍ ବହୁତ ୟୁନିକ ଅଟେ ଏବଂ ଏହି ଗୋଟିଏ ଆପରୁ ଆପଣ ନ୍ୟୁଜ୍ ଠାରୁ ଆରମ୍ଭ କରି ଆହୁରି ଅନେକ ସେବା ପାଇପାରିବେ। ଏହି ଆପ୍ କେବଳ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଲଞ୍ଚ କରାଯାଇଛି। ଏହାର ବିଶେଷତ୍ବ ହେଉଛି ଏହାକୁ ବ୍ୟବହାର କରିବା ପାଇଁ ୟୁଜରଙ୍କ ପାଖରେ ଜିଓ କନେକସନ ହେବା ଅନିବାର୍ଯ୍ୟ ନୁହେଁ। ଏହାର ଅର୍ଥ ହେଉଛି ଏହି ଆପକୁ ଯେ କେହି ମଧ୍ୟ ଆଣ୍ଡ୍ରଏଡ୍ ୟୁଜର ବ୍ୟବହାର କରିପାରିବେ।

jio-ରିଲାଏନ୍ସ ଜିଓ ଅନୁଯାୟୀ ଜିଓ ବ୍ରାଉଜର ଏମିତି ଏକ ପ୍ରଥମ ଇଣ୍ଡିଆନ ବ୍ରାଉଜର ଅଟେ ଯାହା ଭାରତୀୟ ୟୁଜର୍ସଙ୍କୁ ଧ୍ୟାନର ରଖି ଏହାର ଡିଜାଇନ କରାଯାଇଛି। ଏଥିରେ ହିନ୍ଦି ସମେତ ମରାଠୀ, ତେଲଗୁ, ମଲାୟାଲମ୍, କନ୍ନଡ ଏବଂ ବଙ୍ଗାଳୀ ଭାଷାର ସପୋର୍ଟ ଦିଆଯାଇଛି। ୟୁଜର୍ସ ସେଟିଙ୍ଗକୁ ଯାଇ ସହଜରେ ନିଜର ଭାଷା ବଦଳାଇପାରିବେ।

-ଏହି ଆପର ସାଇଜ୍ ୪.୮ ଏମବି ଅଟେ। ଆପକୁ ଖୋଲିବା ମାତ୍ରକେ ହିଁ ୟୁଜର୍ସଙ୍କୁ ପଲିଟିକ୍ସ, ଏଣ୍ଟରଟେନମେଣ୍ଟ, ଷ୍ପୋଟ୍ସ ଏବଂ ଟେକ୍ନୋଲୋଜୀ କ୍ଷେତ୍ରର ଖବର ମିଳିବ। ଏହାଛଡା ଏହି ବ୍ରାଉଜରରେ ନ୍ୟୁଜ୍ ଅପଡେଟ୍ସ ପାଇଁ ଏକ ଡେଡିକେଟେଡ ଭିଡିଓ ସେକସନ ମଧ୍ୟ ଦିଆଯାଇଛି।

jio browser-ବ୍ରାଉଜରରେ ୟୁଜର୍ସଙ୍କ ପାଇଁ ଲୋକାଲ ନ୍ୟୁଜ୍ କ୍ୟାଟୋଗୋରୀ ମଧ୍ୟ ଦିଆଯାଇଛି ଯାହାକୁ ସିଲେକ୍ଟ କରି ନିଜର ଆଖପାଖର ଖବର ପାଇବାରିବେ। ଏହାବ୍ୟତୀତ ଏଥିରେ ପ୍ରାଇଭେଟ ବ୍ରାଉଜିଂର ମଧ୍ୟ ସୁବିଧା ଦିଆଯାଇଛି। ଅର୍ଥାତ୍ ୟୁଜର୍ସ ଇନକମିଙ୍ଗ୍ ମୋଡରେ ମଧ୍ୟ ଏହାର ବ୍ୟବହାର କରିପାରିବେ। ଅନ୍ୟ ବ୍ରାଉଜର ଭଳି ୟୁଜର୍ସଙ୍କୁ Jio Browser ର ପେଜରେ ବୁକମାର୍କ କରିବା ଏବଂ ଲିଙ୍କକୁ ସୋସିଆଲ ମିଡିଆ ଜରୀଆରେ ସେୟାର କରିବାର ଅପସନ ମିଳିବ।

-ଏହି ବ୍ରାଉଜରରେ ଆପଣଙ୍କୁ ଭଏସ ଇନପୁଟ ସପୋର୍ଟ ମଧ୍ୟ ମିଳିବ। ଏହାର ଅର୍ଥ ଆପଣ ଭଏସ କମାଣ୍ଡ ଦେଇ କିଛି ବି ସର୍ଚ୍ଚ କରିପାରିବେ। ଏହାଛଡା ଆପଣ ନିଜ ହିସାବରେ ଟେକ୍ସଟ ର ସାଇଜ ମଧ୍ୟ ପରିବର୍ତ୍ତନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.