Below header

ପୁରୀ : ବିଦ୍ୟୁତ ପୁନରୁଦ୍ଧାର ବେଳେ ଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ

ପୁରୀ(କେନ୍ୟୁଜ୍) : ବିଦ୍ୟୁତ ପୁନରୁଦ୍ଧାର ବେଳେ ଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ। ପୁରୀରେ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ବିଦ୍ୟୁତ ଲାଇନ୍‌ ସଜାଡ଼ିବା କାମରେ ନିୟୋଜିତ ଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ମଙ୍ଗରାଜ ରାଓ।

optclସେ ସେସୁ ଅଧୀନସ୍ଥ ଫେଡକୋରେ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଅକାଳ ବିୟୋଗରେ ଶୋକପ୍ରକାଶ କରିଛି ଶକ୍ତି ବିଭାଗ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି।

cmଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ବାତ୍ୟା ପରେ ପୁରୀରେ ସମ୍ପୂର୍ଣ୍ଣ ଭାବରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା। ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ। ଏଥିରେ ନିୟୋଜିତ କର୍ମଚାରୀଙ୍କ ବଳିଦାନକୁ ସମସ୍ତେ ସାଲ୍ୟୁଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.