Below header

ସାମ୍ପୁ କରିବା ପରେ ଯଦି ଆପଣଙ୍କ ସ୍କିନରେ ଆଲର୍ଜି ହେଉଛି, ତେବେ ଆପଣାନ୍ତୁ ଏହି ଟିପ୍ସ

ସାଧାରଣତଃ ଖୁବ ଶୀଘ୍ର ଆମ କେଶ ଅପରିଷ୍କାର ହୋଇଯାଏ । ବାହାରେ ବୁଲାବୁଲି କଲେ ଆମ କେଶ ଖୁବ ଶୀଘ୍ର ମଇଳା ମଧ୍ୟ ହୋଇଯାଏ । ଯଦି କେଶକୁ ଯଥା ସମୟରେ ସଫା କରାନଯାଏ ବା ଯତ୍ନ ନ ନିଆଯାଏ ତେବେ କେଶ ଝଡ଼ିବା ପରି ଗମ୍ଭୀର ସମସ୍ୟା ମଧ୍ୟ ଦେଖାଦିଏ । କେଶକୁ ସୁସ୍ଥ ରଖିବା ପାଇଁ ଅନେକେ ନାମୀ ଦାମୀ କମ୍ପାନୀର ସାମ୍ପୁ ବ୍ୟବହାର କରିବାକୁ ଜମା ପଛନ୍ତି ନାହିଁ । କିନ୍ତୁ ବେଳେ ବେଳେ ଦେଖାଯାଏ ଦାମୀ ସାମ୍ପୁ ବ୍ୟବହାର କରୁଥିଲେ ମଧ୍ୟ ସାମ୍ପୁ ପରେ ପରେ କେଶ କୁଣ୍ଡାଇବା ପରି ସମସ୍ୟା ଦେଖାଦିଏ । ଯାହାକି ଆଲର୍ଜି ହେବାର ଲକ୍ଷଣ । କେତେ ଜଣଙ୍କର ତ ଖୁବ କମ ସମୟରେ କେସରୁ ଏକ ପ୍ରକାର ଗନ୍ଧ ବାହାରିଥାଏ । ଯଦି କେସରୁ ଦୁର୍ଗନ୍ଧ ବାହାରିବା ନେଇ ଆପଣ ବି ଚିନ୍ତିତ । ତେବେ ଏହି ଟିପ୍ସ ଗୁଡିକୁ ଅବଲମ୍ବନ କରନ୍ତୁ :

hair

୧. ନିୟମିତ ଭାବେ ହେୟାର ମିଷ୍ଟ ବ୍ୟବହାର କରନ୍ତୁ :

ହେୟାର ମିଷ୍ଟର ବ୍ୟବହାର ବାଳକୁ ହାଇଡ୍ରେଟ କରିଥାଏ । ଏହାର ବ୍ୟବହାରରେ ବାଳରେ ଏକ ପ୍ରକାର ସୁଗନ୍ଧ ବି ବାହାରିଥାଏ । ଏମିତିକି ବଜାରରୁ ହେୟାର ମିଷ୍ଟ ନ କିଣି ଆପଣ ଘରେ ପ୍ରସ୍ତୁତ କରି ବି ବ୍ୟବହାର କରିପାରିବେ । ନଡ଼ିଆ ତେଲ, ଆଲୋଭେରା ଜେଲ, ଗୋଲାପ ଜଳକୁ ଭଲ ଭାବେ ମିଶାଇ ଏକ ସ୍ପ୍ରେ ବୋତଲ ରେ ଭର୍ତ୍ତି କରନ୍ତୁ । ଘରୁ ବାହାରିବା ବେଳେ ବା ସାମ୍ପୁ କରିବା ପରେ ଏହାକୁ ନିଜ କେଶରେ ସ୍ପ୍ରେ କରିଦିଅନ୍ତୁ ।

hair

୨. ହେୟାର ବ୍ରଶରେ ପରଫ୍ୟୁମ ଛିଞ୍ଚି ଦିଅନ୍ତୁ :

ଯଦି ସାମ୍ପୁ କରିବା ପରେ ବି ଆପଣଙ୍କ କେଶରୁ ଦୁର୍ଗନ୍ଧ ବାହାରୁଛି ତେବେ ନିଜ ହେୟାର ବ୍ରସରେ କିଛି ପ୍ରାକୃତିକ ପରଫ୍ୟୁମ ସ୍ପ୍ରେ କରି ଦିଅନ୍ତୁ । ଅଳ୍ପ ବ୍ୟବହାର କଲେ ଏହା କୌଣସି କୁ ପ୍ରଭାବ ପକାଇନଥାଏ ।

୩. ଡ୍ରାଏ ସାମ୍ପୁର ବ୍ୟବହାର:

ଅନେକଙ୍କ ଠାରେ ସାମ୍ପୁ ଲଗାଇବା ଦ୍ୱାରା ଏକ ପ୍ରକାର ଆଲର୍ଜି ହୋଇଥାଏ । ଯଦି ଆପଣଙ୍କ ସ୍କିନ ବି ଅଧିକ ସେନସିଟିଭ ତ ଆପଣ ଡ୍ରାଏ ସାମ୍ପୁର ବ୍ୟବହାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.