ସମ୍ବନ୍ଧ ବେଳେ କଣ୍ଡୋମ୍‌ ବ୍ୟବହାର ନ କରିବା ପଡ଼ିଲା ମହଙ୍ଗା, ପାର୍ଟନର କଲେ ଦୁଷ୍କର୍ମ ଅଭିଯୋଗ

ଡେଟ୍‌ କରୁଥିବା ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ବେଳେ କଣ୍ଡୋମ୍‌ ବ୍ୟବହାର ନ କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ଏବେ କୋର୍ଟରେ ପହଞ୍ଚିଛି ମାମଲା। ଏଥିରେ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ।

ସୂଚନାଯୋଗ୍ୟ ଯେ ଦୁନିଆର କେତେକ ଦେଶରେ ପାର୍ଟନରଙ୍କ ଇଚ୍ଛା ବିରୋଧରେ କିମ୍ବା ମିଛ କହି ଶାରୀରିକ ସମ୍ପର୍କ ବେଳେ କଣ୍ଡୋମ୍‌ ବ୍ୟବହାର ନ କରିବାକୁ ଦୁଷ୍କର୍ମ ଭାବେ ବିବେଚନା କରାଯାଏ। କୋର୍ଟ ଏହାକୁ ସହମତିର ଉଲ୍ଲଂଘନ ବୋଲି କହିଥାନ୍ତି।

ବ୍ରିଟେନ୍‌ର ଟ୍ଵିକେନହାମ୍‌ ବାସିନ୍ଦା ମ୍ୟାଥ୍ୟୁ ମିଡଲବସ୍‌ବ୍ରଗ୍‌ର ଏକ ସରକାରୀ ଡାକ୍ତରଖାନାରେ ଡାକ୍ତର ଭାବେ କାମ କରୁଛନ୍ତି। ଓକିଲଙ୍କ କହିବାନୁସାରେ ପୀଡ଼ିତା ଭାବିଥିଲେ ଯେ ମ୍ୟାଥ୍ୟୁ ସେକ୍ସ ବେଳେ କଣ୍ଡୋମ୍‌ ବ୍ୟବହାର କରୁଥିଲେ। ମାତ୍ର ସେ ମହିଳାଙ୍କୁ ମିଛ କହି ବିନା କଣ୍ଡୋମ୍‌ରେ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ପୂର୍ବରୁ ଯଦି ମହିଳା ଜଣକ ଜାଣିଥାନ୍ତେ ଯେ ମ୍ୟାଥ୍ୟୁ କଣ୍ଡୋମ୍‌ ବ୍ୟବହାର କରୁନାହାନ୍ତି ତେବେ ସେ ଏଥିପାଇଁ ସହମତି ପ୍ରକାଶ କରିନଥାନ୍ତେ ବୋଲି ମହିଳା କୋର୍ଟରେ ବୟାନ ଦେଇଛନ୍ତି।

Condom use was not done in the last minute, partner raped the doctor

ସୂଚନାନୁଯାୟୀ, ଉଭୟେ ଡେଟିଂ ଆପ୍‌ ଟିଣ୍ଡର ମାଧ୍ୟମରେ ପରସ୍ପରକୁ ଚିହ୍ନିଥିଲେ। ମାତ୍ର ମ୍ୟାଥ୍ୟୁ ନିଜ ପ୍ରକୃତ ବୟସ ଲୁଚାଇଥିଲେ। ସେ ନିଜକୁ ୨୭ ବର୍ଷର ଯୁବକ ଦର୍ଶାଇଥିବା ବେଳେ ତାଙ୍କ ପ୍ରକୃତ ବୟସ ଥିଲା ୩୬ ବର୍ଷ। ଯାହାକୁ ପରେ ସେ ସ୍ୱୀକାର ମଧ୍ୟ କରିଥିଲେ। ତେବେ ଦୁଷ୍କର୍ମ ମାମଲାକୁ ମ୍ୟାଥ୍ୟୁ ମିଛ କରିବା ସହ ଏହା ଉଭୟଙ୍କ ସହମତିରେ ହୋଇଛି ବୋଲି ଯୁକ୍ତି ବାଢ଼ିଛନ୍ତି। ତେବେ ଏନେଇ ଏବେ ବି କୋର୍ଟରେ ଶୁଣାଣି ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.