Below header

କୋଭିଡ ବେଳେ ଓ ପରେ କଣ ଖାଇଲେ ସୁସ୍ଥ ରହିବେ, ଦେଖନ୍ତୁ ତାଲିକା

କେନ୍ୟୁଜ : ଗତ ଦୁଇ ବର୍ଷ ହେବ କୋଭିଡର ପ୍ରକୋପରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଏହାରି ଭିତରେ ଶରୀରକୁ ନିରୋଗ ରଖିବା ଏକ ବଡ ଆହ୍ଵାନ । ଆଉ ଏବେର ପରିସ୍ଥିତି ଯାହା କୋଭିଡରେ ଆକ୍ରାନ୍ତ ହୋଇ ଅନେକ ଭୟଭୀତ । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ସବୁବେଲେ ସବୁ ପରିସ୍ଥିତିରେ ବି ନିଜକୁ ନିଜେ ସୁରକ୍ଷା ଦେଇପାରିବେ କେବଳ ନିଜ ଲାଇଫ ଷ୍ଟାଇଲକୁ ଯଦି ଆପଣ ଠିକ ରଖୁଛନ୍ତି । ବିଶେଷକରି ନିଜ ଖାଦ୍ୟପେୟ । ଏହାରି ଭିତରେ ଏକଥା ମଧ୍ୟ କୁହାଯାଇଛି କି କୋଭିଡରୁ ଶୀଘ୍ର ଠିକ ହେବା ପାଇଁ କେଉଁ ପ୍ରକାରର ଖାଦ୍ୟ ଗ୍ରହଣ କରିବା ଦରକାର ଓ କୋଭିଡ ପରେ ବି ଏହାକୁ ସେବନ କରିବା କାହିଁକି ଜରୁରୀ ।

ଡକ୍ଟରଙ୍କ କହିବା କଥା ଡାଏଟରେ କଖାରୁ ମଞ୍ଜି, କାଜୁ , ମାଛ ଭଳି ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ । ଏଥିରେ ଥିବା ମିନେରାଲ ଜିଙ୍କ ଭଲ ହେବା ପାଇଁ ଅଧିକ ଲାଭଦାୟକ ମନାଯାଏ । ଏଥିରେ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟି ଭାଇରାଲ ଏବଂ ଆଣ୍ଟି ଇନଫ୍ଲୋମେଟୋରୀ ଗୁଣ ରହିଛି । ଯାହା ଜୀବାଣୁଙ୍କୁ ଅଧିକ ଶକ୍ତିଶାଳୀ ହେବାର କ୍ଷମତାକୁ ରୋକିଥାଏ ।

ଶରୀରରେ ରୋଗ ସହ ଲଢିବାକୁ ଥିବା ଇମ୍ୟୁନ ସିଷ୍ଟମକୁ ଅଧିକ ବୃଦ୍ଧି କରିବା ପାଇଁ ଭିଟାମିନ ସି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାକୁ ଆସ୍କୋରବିକ ଏସିଡ ମଧ୍ୟ କୁହାଯାଏ । ଜଳରେ ଦ୍ରବୀଭୂତ ଭିଟାମିନ ସି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ । ଯାହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଭିଟାମିନ ସି ପାଇଁ ଆପଣ ଖଟାଫଳ, ଗାଢ ସବୁଜ ପନିପରିବା, କିୱି, ବ୍ରୋକୋଲି, ଷ୍ଟ୍ରବେରୀ ଏବଂ ଅମ୍‌ୃତଭଣ୍ଡା ଭଳି ଖାଦ୍ୟ ପଦାର୍ଥକୁ ସେବନ କରନ୍ତୁ ।

ଏକଥା ବି ମଧ୍ୟ କୁହାଯାଇଛି କି କରୋନା ମୁକାବିଲା ପାଇଁ ଭିଟାମୀନ ଡି ମଧ୍ୟ ବହୁତ ଉପକାରୀ । ଷ୍ଟଡିରୁ ଜଣାପଡିଛି କି ଭିଟାମୀନ ଡି କୋଭିଡରୁ ମୁକ୍ତ ହେବାରେ ମହତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି । ତେଣୁ ଡାଏଟରେ ପ୍ରତିଦିନ ଅଣ୍ଡା, ଛତୁ , କ୍ଷୀର, ଦହି ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ପ୍ରୋଟିନ ମାଂଶପେଶୀ ହାଡକୁ ଶକ୍ତ କରିବାରେ ମହତ୍ତୂପୂର୍ଣ୍ଣ ଭୂମିକା ନିଭାଏ । ଶରୀରର କୋଷିକାକୁ ମଧ୍ୟ ଠିକ କରିଥାଏ । ଏମିତିକି ଇମ୍ୟୁନ ସିଷ୍ଟମକୁ ବୁଷ୍ଟ କରିଥାଏ । ତେଣୁ ଖାଦ୍ୟରେ ଡାଲି, ବାଦାମ, ଡେଲି ପ୍ରଡକ୍ଟ, ଚିକେନ , ମାଛ ଏସବୁ ସାମିଲ କରନ୍ତୁ । ଦେଖିବେ ଆପଣଙ୍କୁ ରୋଗ ଦୁରେଇ ରହିବ ।

ନ୍ୟାଚୁରାଲ ଆଣ୍ଟିଭାଇରାଲ ଫୁଡ ଯାହା ଥଣ୍ଡାରେ ସର୍ଦ୍ଦିରୁ ରକ୍ଷା ପାଇବା ପାଇଁ ଭରପୁର ମାତ୍ର୍ରାରେ ନିଆଯାଏ । ଯେମିତିକି ତୁଳସୀ, ଅଦା, ଗୋଲମରିଚ, ଲବଙ୍ଗ ଏବଂ ରସୁଣ ଭଳି ପଦାର୍ଥ ଲାଭପ୍ରଦ ହୋଇଥାଏ । କୋଭିଡ ୧୯ରେ ପିଡୀତ ଥିଲେ ଏସବୁକୁ ନେଇ ବି ଆପଣ କାଢା କରି ପିଇପାରିବେ ।

ରୋଗ ସମୟରେ ଶରୀରର ଷ୍ଟ୍ରେନ୍ଥ ବଢାଇବାକୁ ଓ ଏନର୍ଜି ପାଇଁ ବଡି ହାଇଡ୍ରେଟେଡ ରହିବା ଆବଶ୍ୟକ । ହେଲ୍ଦି ଡ୍ରିଙ୍କ୍ସ କେବଳ ନା ଆପଣଙ୍କୁ ମିନେରାଲ୍ସ ଓ ଭିଟାମିନ ଦେବ ତା ସହ ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ମଧ୍ୟ ବାହାର କରିବ । ଏଥିପାଇଁ ଆପଣ ପଇଡ ପାଣି, ଅଁଳା ରସ, କମଳା ରସ ତା ସହ ଭେଜିଟେବଲ ଜୁସ ମଧ୍ୟ ପିଇପାରିବେ । ଏହି ସମୟରେ ଶରୀରରେ ପାଣିର ଅଭାବ ହେବାକୁ ଦିଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.