ଥଣ୍ଡାଦିନେ ଅଧିକ ଗରମାଗରମ୍ ଖାଦ୍ୟ ଖାଉଥିଲେ ଏବେଠୁ ହୁଅନ୍ତୁ ସାବଧାନ, ଶରୀରର ହୋଇପାରେ ବଡ଼ କ୍ଷତି

ଗରମ ଗରମ ଖାଇବାକୁ କିଏ ବା ପସନ୍ଦ ନ କରେ। ଆଉ ଶୀତଦିନେ ତ ସମସ୍ତେ ସବୁ ଖାଦ୍ୟ ଗରମ ହିଁ ଚାହାଁନ୍ତି। ତେବେ ଗରମ ଖାଇବାର ଟେଷ୍ଟ ଥଣ୍ଡା ଓ ନର୍ମାଲ ଖାଇବା ତୁଳନାରେ ଭଲ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଅଧିକ ଗରମ ଖାଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ! ଅଧିକ ଗରମ ଖାଦ୍ୟ ଖାଇଲେ ଶରୀରର ବିଭିନ୍ନ ପ୍ରକାରର କ୍ଷତି ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଅଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ଦେଖାଯାଉଥିବା ସମସ୍ୟା ସମ୍ପର୍କରେ କହିବୁ। ଆସନ୍ତୁ ଜାଣିବା ଏହାର କୁପରିଣାମ…
ଦାନ୍ତ ପାଇଁ କ୍ଷତିକାରକ:
ଅଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଦାନ୍ତ ଖରାପ ହୋଇପାରେ। ଅଧିକ ଗରମ ଯୋଗୁ ଦାନ୍ତର ଏନାମେଲ ନଷ୍ଟ ହୋଇପାରେ। ଫଳରେ ଦାନ୍ତ କ୍ଷୟ ହେବା ଭଳି ସମସ୍ୟା ଉପୁଜିବା ସମ୍ଭାବନା ରହିଛି।
ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ:
ଅଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇପାରେ। ପେଟ ଭିତରର ତ୍ୱଚା ବହୁତ ନରମ ହୋଇଥାଏ। ଏହା ଅଧିକ ଗରମ ଭୋଜନକୁ ସହ୍ୟ କରିପାରିନଥାଏ। ଫଳରେ ପେଟ ପୋଡ଼ିବା ସହ, ତାତିଯିବା ଓ କାଟିବା ଭଳି ସମସ୍ୟା ଦେଖା ଯାଇପାରେ। ଫଳରେ ଆପଣଙ୍କୁ ସମସ୍ୟା ହୋଇପାରେ।
ଜିଭ ଓ ପାଟିର ଚର୍ମ ଖରାପ ହୋଇଯାଏ:
ଅଧିକ ଗରମ ଖାଇବା ଦ୍ୱାରା ଜିଭରେ ଥିବା ଟେଷ୍ଟ ବଡ୍ସ ନଷ୍ଟ ହୋଇପାରେ। ଫଳରେ ଖାଦ୍ୟର ସ୍ୱାଦ ଜଣାପଡ଼ିନଥାଏ। ଏଥିସହ ଅଧିକ ଗରମ ଖାଇବା ଦ୍ୱାରା ପାଟି ଭିତରର ସ୍କ୍ରିନ୍ ମଧ୍ୟ ଜଳିବା ସମ୍ଭାବନା ରହିଛି।