AIIMS ପ୍ରକାଶ କଲା ଓମିକ୍ରନର ଏହି ୫ ମାରାତ୍ମକ ଲକ୍ଷଣ, ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ

ନୂଆଦିଲ୍ଲୀ : ଭାରତରେ ପୁଣି ଥରେ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧,୧୭,୧୦୦ ନୂଆ ସଂକ୍ରମଣ ମାମଲା ଭାରତରେ ଦେଖାଯାଇଛି । ଏହି ସମୟରେ ଓମିକ୍ରନର ସଂକ୍ରମଣ ଆହୁରି ଭୟଭୀତ କରିଛି । ଏବେ ଓମିକ୍ରନର ସଂକ୍ରମଣ ଦେଶରେ ବୃଦ୍ଧି ପାଇ ୩୦୦୭ ରେ ପହଞ୍ଚିଛି । ଓମିକ୍ରନର ଲକ୍ଷଣ ସମ୍ପର୍କରେ ହେଲ୍ଥ ଏକ୍ସପର୍ଟଙ୍କ ଦ୍ୱାରା ସୂଚନା ଦିଆଯାଉଛି ।
ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ଆନାଲିସିସ ଓମିକ୍ରନ ଭାରିଏଣ୍ଟର ୪ର ମୁଖ୍ୟ ଲକ୍ଷଣ ପ୍ରକାଶ କରିଛି । ଏହି ଲକ୍ଷଣ ମଧ୍ୟରେ ଅଛି କାସ, ଥକ୍କାପଣ, କଫ ଓ ନାକରୁ ପାଣି ବହିବା । ସେହିପରି ଏମ୍ସ ମଧ୍ୟ ଓମିକ୍ରନର ୫ ଗମ୍ଭୀର ଲକ୍ଷଣ ସମ୍ପର୍କରେ ପ୍ରକାଶ କରିଛି । ଏହି ଲକ୍ଷଣ ଆସିଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଏମ୍ସ ପ୍ରକାଶ କରିଛି ।
ଏମ୍ସ କହିଥିବା ଓମିକ୍ରନର ୫ ଲକ୍ଷଣ
୧. ଶ୍ୱାସ ନେବାରେ କଠିନ ଅନୁଭବ କରିବା ।
୨. ଅକ୍ସିଜେନ ଲେଭଲରେ ହ୍ରାସ ପାଇବା ।
୩. ଛାତିରେ ଦରଜ ଓ ଚାପ ଅନୁଭବ କରିବ ।
୫. ଯଦି ଏହି ଲକ୍ଷଣ ୩-୪ ଦିନରୁ ଅଧିକ ରୁହେ ଓ ଅଧିକ ଖରାପ ହୁଏ ।
ହେଲ୍ଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଯଦି ହଠାତ୍ ଚର୍ମ, ହାତ ଓ ନଖର ରଂଗ ବଦଳି ଯାଏ । ତେବେ ଓମିକ୍ରନ ଲକ୍ଷଣ ହୋଇପାରେ । ଏଥିପ୍ରତି ମଧ୍ୟ ସତର୍କ ରହିବା ଦରକାର ।
କେବେ କରିବେ ଟେଷ୍ଟ –
ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଯଦି କେହି ଏହି ଭାଇରସ ସମ୍ପର୍କରେ ଆସନ୍ତି । ତେବେ ସମ୍ପର୍କରେ ଆସିବାର ୫ ଦିନ ପରେ କିମ୍ବା ଯେତେବେଳେ ଏପରି ଲକ୍ଷଣ ଦେଖାଦେବ ତୁରନ୍ତ ଟେଷ୍ଟ କରିବା ଆବଶ୍ୟକ ଓ ତୁରନ୍ତ କ୍ୱାରାଣ୍ଟାଇନ ହୋଇ ଯାଆନ୍ତୁ ।