Below header

ଜାଣନ୍ତୁ କିପରି, ଆପଣଙ୍କ ପକେଟରେ ରହିଥିବା ରୁମାଲ ମଧ୍ୟ ହୋଇପାରେ ଅନେକ ଅସୁବିଧାର କାରଣ

ଅନେକ ବ୍ୟକ୍ତି ସବୁବେଳେ ନିଜ ସାଥିରେ ରୁମାଲ ରଖିବା ଅଭ୍ୟାସ ରହିଥାଏ। ତେବେ ଏହି ସବୁ ସମୟର ସାଥି ରୁମାଲ ମଧ୍ୟ ଆପଣଙ୍କ ଅନେକ ଅସୁବିଧାର କାରଣ ହୋଇପାରେ। ଆଜି ଆମେ ରୁମାଲ ସହ ଜଡ଼ିତ କିଛି ଭଲ-ମନ୍ଦ କଥା ଆପଣଙ୍କୁ କହିବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା କିପରି ରୁମାଲ ସଂପର୍କ ସହ ବ୍ୟକ୍ତିଗତ ଜୀବନରେ ମଧ୍ୟ ପ୍ରଭାବ ପଡ଼ିଥାଏ।

-କେବେ ମଧ୍ୟ ଗୋଟିଏ ରୁମାଲକୁ ବିନା ଧୋଇ ଅଧିକ ଦିନ ବ୍ୟବହାର କରନ୍ତୁ ନାହିଁ। କାରଣ ଦିନ ତମାମ ପକେଟରେ ରହିଥିବା ରୁମାଲରୁ ମଧ୍ୟ ନକାରାତ୍ମକ ଏବଂ ସକାରତ୍ମକ ଉର୍ଜ୍ବା ମିଳିଥାଏ। ଏଣୁ ସବୁବେଳେ ଏହାକୁ ସଫା ରଖିବା ଉଚିତ୍ ।

handkerchiefs

-ରୁମାଲକୁ ସବୁବେଳେ ୪ ଅଥବା ୬ ପରସ୍ଥ କରି ରଖିବା ଉଚିତ୍। ଏହି ନମ୍ବର ସଫଳତା ଏବଂ ଲାଭ ପାଇଁ ଶୁଭ କୁହାଯାଇଥାଏ। ଭୁଲରେ ମଧ୍ୟ ପର୍ସ ଏବଂ ପକେଟରେ ରଖାଯାଇଥିବା ପକେଟକୁ ୩-୫ ଫୋଲ୍ଡ କରି ନରଖିବା ଭଲ। ଏହା କରିବା ଖରାପ ହୋଇଥାଏ।

-ରୁମାଲରେ କେବେ ମଧ୍ୟ ପେନ୍ ଅଥବା ପେନସିଲରେ କିଛି ଲେଖିବା ଉଚିତ୍ ନୁହଁ। ଏହା କରିବାକୁ ଅଶୁଭ କୁହାଯାଇଥାଏ। ଏହା ଦ୍ବାରା ଆପଣଙ୍କର ନିଜ କାମରେ ଧ୍ୟାନ ଲାଗିନଥାଏ।

-ସବୁବେଳେ ରୁମାଲ ହାଲକୁ ରଙ୍ଗର ଧରିବା ଉଚିତ୍। ଅଧିକ ରଙ୍ଗିନ ବା ଡ଼୍ରାର୍କ ରଙ୍ଗର ରୁମାଲ ବ୍ୟବହାର କରିବା ଅନୁଚିତ। ଏହା ଦ୍ବାରା ମନରେ ଅଶାନ୍ତି ଅନୁଭବ ହେବା ସହ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.