ମା’ଙ୍କ ଭସାଣ ଉତ୍ସବରେ ଦୁଲୁକୁଛି ଟୁଇନ୍ ସିଟି

ଭୁବନେଶ୍ବର (କେନ୍ୟୁଜ୍) :  ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ ଧୁମଧାମରେ ଚାଲିଛି ଭସାଣ ଉତ୍ସବ । ମେଲାଣି ନେଉଛନ୍ତି ଶକ୍ତିମୟୀ । ବିଭିନ୍ନ ପୂଜାମଣ୍ଡପର ମୃଣ୍ମୟୀ ମୂର୍ତ୍ତି ସବୁ ଅସ୍ଥାୟୀ ଜଳାଶୟରେ ବସର୍ଜିତ ହେଉଛନ୍ତି । ବାଜା, ବାଣ, ରୋଷଣୀ ଓ ପଟୁଆରରେ ମାଆଙ୍କୁ ମେଲାଣି ଦେଉଛନ୍ତି ପୂଜା ମଣ୍ଡପ କର୍ମକର୍ତ୍ତା ଓ ଭକ୍ତ । ଜନସମୁଦ୍ର ପାଲଟିଛି କଟକ ସହର ।

ସେହିପରି ଦୁଲୁକୁଛି ଭୁବନେଶ୍ୱର ରାଜରାସ୍ତା । ବିଭିନ୍ନ ସ୍ଥାନରୁ ମେଢ଼ ସବୁ ବାହାରି ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ କୁଆଖାଇ ନଦୀ ପଠାରେ ପହଞ୍ଚୁଛନ୍ତି । ସେଠାରେ ବିଏମସି ପକ୍ଷରୁ କରାଯାଇଥିବା ଜଳାଶୟରେ ମୂର୍ତ୍ତି ବିସର୍ଜନ କରାଯାଉଛି । କିଛି ମୂର୍ତ୍ତିଙ୍କୁ କ୍ରେନ୍ ସାହାଯ୍ୟରେ ପାଣିରେ ପକା ଯାଉଛି ।

IMMERSION-IMAGE-1

ବିଭିନ୍ନ ମଣ୍ଡପ ସହିତ ରେଳବାଇ, ୧୨୦ ବାଟାଲିୟନ୍ ଏବଂ ଭୁବନେଶ୍ବର ବିମାନ ବନ୍ଦରରେ ହୋଇଥିବା ମୂର୍ତ୍ତି ମଧ୍ୟ ବିସର୍ଜନ କରାଯାଇଛି । ରେଳବାଇ କର୍ମଚାରୀ ପରିବାରଙ୍କ ସିନ୍ଦୂର ଖେଳ, ୧୨୦ ବାଟାଲିୟନ୍ ସିପାହୀଙ୍କ ପରିବାର ଲୋକଙ୍କ ନାଚଗୀତ ବେଶ୍ ଜମି ଥିଲା ନଦୀ ପଠାରେ । ସେମାନେ ମା’ଙ୍କୁ ନିଜ ହାତରେ ବିସର୍ଜନ କରିଥିଲେ । ତଥାପି ଦୁଃଖ ଥିଲା ମା’ଙ୍କ ବିଦାୟ ବେଳାରେ । ସେପଟେ ସହିଦ ନଗର ପଡ଼ିଆରେ ଏବେ ଏକାଠି ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ମେଢ଼ ସବୁ । ସେଠାରେ ହଜାର ହଜାର ଲୋକ ମା ଜଗଜ୍ଜନନୀଙ୍କୁ ଦର୍ଶନ କରୁଛନ୍ତି ।

SAHID NAGAR MEDHA-1

ଭଦ୍ରକରେ ନିରାଡ଼ମ୍ବର ଭସାଣ ଉତ୍ସବ

ଭଦ୍ରକ : ଭଦ୍ରକ ସହରରେ ନିରାଡମ୍ବର ସହ ଜଗତ ଜନନୀ ମା’ ଦୁର୍ଗାଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଛି । ସମସ୍ତ ପୂଜାମଣ୍ଡପରୁ ମା’ଙ୍କ ମେଢକୁ ଅଣାଯାଇ ସହର ପରିକ୍ରମା କାରାଯାଇଥିଲା । ଚଳିତ ବର୍ଷ ସହରରେ ୨୪ଟି ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରଯାଇଥିଲା । ପ୍ରଶାସନର କଟକଣା ଯୋଗୁଁ ଚଳିତ ବର୍ଷ ଶୋଭାଯାତ୍ରା ବାହାରିନଥିଲା । ତେବେ ପୂଜା କମିଟି ପକ୍ଷରୁ ନିରାଡମ୍ବର ସହ ମା’ଙ୍କୁ ମେଲାଣି ଦିଆଯାଇଛି । ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

BHADRAK BHASANI

ଉତ୍ସବ ମୁଖର ବାଲେଶ୍ୱର ସହର

ମହାମୟୀଙ୍କ ଭସାଣ ପାଇଁ ଉତ୍ସବ ମୁଖର ବାଲେଶ୍ୱର ସହର । ବାଜା, ବାଣ, ରୋଷଣୀ ଓ ପଟୁଆରରେ ମାଆଙ୍କୁ ମେଲାଣି ଦିଆଯାଉଛି । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମେଢ ବାହାରି ଲୁଣିଆ ଝୋଡି ଓ ବାଲିଘାଟରେ ବିସର୍ଜନ କରାଯାଉଛି । ଚଳିତ ବର୍ଷ ସହରରେ ୭୦ଟି ମଣ୍ଡପରେ ମା’ ପୂଜା ପାଉଥିଲେ । ପ୍ରଶାସନ ନିଷ୍ପତ୍ତି ଅନୁସାରେ ବାଲିଘାଟରେ ୩୦ଟି ଓ ଲୁନିଆଖୋଡିରେ ୪୦ଟି ମୃଣ୍ମୟ ପ୍ରତିମା ବିସର୍ଜନ କରାଯାଉଛି । ଶୃଙ୍ଖଳିତ ଭସାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

BALESORE BHASANI

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.