Below header

ତିତଲି କଲା ଅନାଥ, ସରକାର ନେଲେ ଦାୟିତ୍ବ

ଭୁବନେଶ୍ବର (କେନ୍ଯୁଜ୍) : ବାତ୍ୟା ତିତ୍‌ଲିରେ ବାପା-ମାଆ-ଭଉଣୀ ପରପାରିକୁ ଚାଲିଗଲେ । ଅନାଥ ହୋଇଗଲେ ତିନି ଭାଇ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ବାରଘର ଗାଁରେ ମାଡ଼ି ଅତଡା ଧସିବା ଘଟଣାରେ ତିନି ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି ସରକାର ।

ସୀମାଞ୍ଚଳ ଭୂୟାଁ, ରାମ ଭୂୟାଁ ଓ କାର୍ତ୍ତିକ ଭୂୟାଁ । ତିନି ଭାଇ । ଛେଉଁଣ୍ଡ କରି ଦେଲା ବାତ୍ୟା ତିତଲି । ଗଜପତି ଜିଲ୍ଲା ବାରଘର ଗାଁ ଭୂସ୍ଖଳନରେ ଆର ପାରିକୁ ଚାଲିଗଲେ ବାପା ଦଣ୍ଡପାଣି, ମାଆ ଓ ଭଉଣୀ । ତିନି ଭାଇ ବାହାରେ ରଖି ପାଠ ପଢୁଥିବାରୁ ଜୀବନ ବଞ୍ଚିଯାଇଛି । ତିନି ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି ସରକାର ।

ତିନି ପିଲାଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ନିକଟରେ ମୁଖ୍ୟମନ୍ତ୍ରୀ ଗଙ୍ଗାବାଡ଼ ପଞ୍ଚାୟତର ଚମ୍ପାପୁର ଯାଇଥିଲେ । ସ୍ଥିତି ସମୀକ୍ଷା କରିବା ସହ ପ୍ରଭାବିତଙ୍କ ସମସ୍ୟା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଅନାଥ ପିଲାଙ୍କ ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ ।

ବାତ୍ୟା ତିତଲି ଭୟରେ ବାରଘର ଗାଁର କିଛି ଲୋକ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଥିଲେ । ପ୍ରବଳ ବର୍ଷାରେ ଧସିଥିଲା ମହେନ୍ଦ୍ରଗିରି ପାହାଡ଼ । ଏଥିରେ ଲିଭିଯାଇଛି ୧୫ ଜଣଙ୍କ ଜୀବନ ଦୀପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.