ସୁନ୍ଦରୀ କାଣ୍ଡ, ଝାମ୍ପି ନେଲା ବାଇକ୍ ଚାଳକ

ଅନୁଗୁଳ (କେନ୍ଯୁଜ୍) : ସାତକୋଶିଆ ଅଭୟାରଣ୍ୟର ତରଭା ଅଞ୍ଚଳରେ ଘୁରି ବୁଲୁଛି ବାଘୁଣୀ। ଆଜି ଜଣେ ବାଇକ୍‌  ଚାଳକଙ୍କ ଉପରକୁ ସୁନ୍ଦରୀ ଝାମ୍ପ ମାରିଥିବା ନେଇ ସୂଚନା ମିଳିଛି। ତେବେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଣି ଥରେ ଜନବସତି ଏରିଆରେ ସୁନ୍ଦରୀ ଘୁରି ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଗତ କିଛି ଦିନ ଧରି ସୁନ୍ଦରୀ ମଣିଷ ଓ ଗୃହ ପାଳିତ ପଶୁଙ୍କୁ ଆକ୍ରମଣ କରିଥିଲା। ଏହାକୁ ନେଇ ଲୋକେ ଆତଙ୍କିିତ ହୋଇପଡିଥିଲେ। ସୁନ୍ଦରୀକୁ ଧରିବା ପାଇଁ WILD LIFE INSTITUTE OF INDIA ର ଟିମ୍‌ ଆସିଥିଲେ। ତେବେ କିଛି ଦିନ ପୂର୍ବରୁ ସାତକୋଶିଆର କୋର ଏରିଆକୁ ଫେରି ଆସିଥିଲା ସୁନ୍ଦରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.