Below header

ଆୟୁର୍ବେଦିକର ଏହି ୬ଟି ଜିନିଷ ଦୂର କରେ ଥାଇରଏଡ୍ ସମସ୍ୟା

ଅଧିକାଂଶ ମହିଳା ମାନଙ୍କ ନିକଟରେ ଥାଇରଏଡ ସମସ୍ୟା ଦେଖାଯାଇଥାଏ। ଥାଇରଏଡ ହେବା ଦ୍ବାରା ରକ୍ତରେ ଥାଇରକ୍ସିନ ହରମୋନର ପ୍ରଭାବ ପଡିଥାଏ । ଏହା ଦୁଇ ଶ୍ରେଣୀରେ ବିଭକ୍ତ ହୋଇଥାଏ । ଏଥିରେ ଓଜନ ବଢିବା ଏବଂ କମିବାର ସମସ୍ୟା ମଧ୍ୟ ଦେଖାଯାଇଥାଏ । ଅନେକ ଜଡିବୁଟିର ଉପଯୋଗରେ ଏହି ମହତ୍ୱପୂର୍ଣ୍ଣ ହରମୋନଲ ଗ୍ରନ୍ଥି ଗୁଡିକୁ ସୁସ୍ଥ ବା ସନ୍ତୁଳିତ ରହିଥାଏ ।

ଜାଣନ୍ତୁ କଣ ରହିଛି ସେହି ଆୟୁର୍ବେଦିକ ଉପଚାର :

ashwagandhaଅଶ୍ବଗନ୍ଧା

ଅଶ୍ବଗନ୍ଧା ଏଭଳି ଏକ ଆୟୁର୍ବେଦିକ ଜଡିବୁଟି, ଯାହା ହରମୋନରେ ଉଚିତ ପରିମାଣର ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ଉତ୍ପାଦନ କରି ଥାଇରଏଡ ମୁକ୍ତି ଦେଇଥାଏ । ଏହା ହରମୋନ ସନ୍ତୁଳନ କରିବା ସହ ଏଥିରେ ଥିବା ଆଣ୍ଟି-ଇଫ୍ଲୋମେଟ୍ରି ଗୁଣ ପ୍ରତିରକ୍ଷା ପ୍ରଣାଳୀରେ ପରିବର୍ତ୍ତନ କରି ଚିନ୍ତାରୁ ମୁକ୍ତି ଦେଇଥାଏ ।

ଗହମ ଚାରା

ଗହମ ଚାରା ପ୍ରକୃତିକୁ ସୁନ୍ଦରତା ପ୍ରଦାନ କରିଥାଏ। ଏଥିରେ ଅନେକ ଔଷଧୀୟ ଏବଂ ରୋଗ ନିବାରକ ଗୁଣ ରହିଥାଏ। ଏହା ରକ୍ତ ସଂଞ୍ଚାଳନ, ଉଚ ରକ୍ତଚାପ, ଥଣ୍ଡା, ପାଚନ ସମ୍ବନ୍ଧୀୟ ରୋଗ ଏବଂ ଥାଇରଏଡ ଭଳି ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ।

linseed2ଅଳସୀ

ଅଳସୀରେ ପ୍ରଚୁର ମାତ୍ରାରେ ଓମେଗା-୩ ଫ୍ୟାଟ ରହିଥାଏ। ଏହି ଏସିଡ ଥାଇରଏଡ ଗ୍ରନ୍ଥିଗୁଡିକ ଠିକ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ। ଥାଇରଏଡ ରୋଗରେ ପୀଡିତ ଥିବା ବ୍ୟକ୍ତିମାନେ ନିଶ୍ଚିନ୍ତ ଅଳସୀ କିମ୍ବା ତାର ତେଲ ବ୍ୟବହାର କରିବା ଉଚିତ।

ଅଦା

ଅଦାରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ, ଜିଙ୍କ ଏବଂ ପୋଟାସିୟମ ରହିଥାଏ। ଏଥିରେ ତିବା ଆଣ୍ଟି-ଇନଫ୍ଲୋମେଟ୍ରି ଗୁଣ ଥାଇରଏଡର କାର‌୍ୟ୍ୟ କ୍ଷମତାରେ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ। ହାଇପୋଥାୟରାଇଜିମ ରୋଗରେ ପିଡିତ ଥିବା ଲୋକମାନେ ଖାଦ୍ୟରେ ନିଶ୍ଚିନ୍ତ ରୂପେ ଅଦା ବ୍ୟବହାର କରିବା ଉଚିତ।

black-walnutକଳା ଅଖରୋଟ

ଥାଇରଏଡରେ କଳା ଅଖରୋଟରେ ସବୁଠାରୁ ଭଲ ଆୟୋଡିନ ରହିଥାଏ। ବିଭିନ୍ନ ଅନୁସନ୍ଧାନରୁ ଜାଣିବାକୁ ମିଳିଛି ଆୟୋଡିନରେ ଆବଶ୍ୟକୀୟ ପୋଷକ ତତ୍ତ୍ବ ରହିଥାଏ, ଯାହା ଥାଇରଏଡ ଗ୍ରନ୍ଥିକୁ ସୁସ୍ଥ ରଖିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଲେମ୍ବୁ ବାମ୍

ଥାଇରଏଡ ରୋଗୀ ମାନଙ୍କ ପାଇଁ ଲେମ୍ବୁ ବାମ୍ ଏକ ଉତ୍ତମ ଜଡିବୁଟି। ଏହା ଥାଇରଏଡ ହରମୋନର ଉତ୍ପାଦନ କମ କରିବାରେ ସାହଯ୍ୟ କରିଥାଏ। ରିସର୍ଚ୍ଚ ଅନୁଯାୟୀ ଏହି ଜଡିବୁଟି ଗୁଡିକ ଥାଇରଏଡ ସମସ୍ୟା ଦୂର କରିବାରେ ଉପଯୋଗୀ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.