Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ସୁସ୍ୱାଦୁ ଭୋଜନ କରିବେ । ମାନ ସମ୍ମାନ ପ୍ରାପ୍ତି ହେବା ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଶରୀର ଅସୁସ୍ଥ ରହିପାରେ ।

brushaବୃଷ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଆୟ ଉତ୍ତମ ରହିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

mithunaମିଥୁନ : ମନରୁ ସନ୍ଦେହ ଭାବ ଦୂର କରିବା ସହ ମନ ଆୟତ୍ତରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଧର୍ମକାର୍ୟ୍ୟରେ ଯୋଗ ଦେବେ ।

karkataକର୍କଟ : ପେଟ ଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ ।

singhaସିଂହ : ଦୂରସ୍ଥାନକୁ ଯାତ୍ରା କରିବେ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । କର୍ମକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ ।

kanyaକନ୍ୟା : ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚବୃଦ୍ଧି ହେବ । ଛୋଟଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେଇ ପାରେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

tulaaତୁଳା : ସ୍ଥିରମନ ହୋଇ ପ୍ରତ୍ୟେକ କାର୍ୟ୍ୟ କରନ୍ତୁ, ସଫଳତା ପାଇବେ । ପାରିବାରିକ ସମସ୍ୟା ଦୁର ହେବ । ବନ୍ଧୁ ମିଳନ ଯୋଗ ରହିଛି ।

bichhaବିଛା : ବିଦ୍ୟାର୍ଥୀ ସଫଳତା ପାଇବେ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ଖର୍ଚ୍ଚ ବୃଦ୍ଧି ହେବ ।

dhanuଧନୁ : ଅହଂକାର ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।

makaraମକର : ପିତୃତୁଲ୍ୟ ବ୍ୟକ୍ତିିଙ୍କ ସମ୍ମାନ କରନ୍ତୁ । ପରିବାରରେ ମନ ମିଳାଇ ଚଳନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

kumbhaକୁମ୍ଭ : ପିତାଙ୍କ ଶରୀର ଅସୁସ୍ଥ ରହିପାରେ । ପରିବାରର ସହଯୋଗ ପାଇବେ । ଆୟ ମଧ୍ୟମ ରହିବ ।

minaମୀନ : ସୁସ୍ୱାଦୁ ଭୋଜନ କରିବା ସହ କର୍ମକ୍ଷେତ୍ରରେ ଉନ୍ନତି ହେବ । ବିଦେଶ ଯାତ୍ରା କରି ପାରନ୍ତି । ଆୟ ତୁଳନାରେ ବ୍ୟୟ ଅଧିକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.