Below header

ଉଚିତ ମାର୍ଗରେ ମନ୍ତ୍ର ଜପ କଲେ ଶୁଭ ଫଳ ମିଳେ

ବର୍ତ୍ତମାନ ଯୁଗରେ ଅନେକ ବ୍ୟକ୍ତି ବିଶେଷ ମନ୍ତ୍ର ଜପ କେବଳ ଉପ ଠାଉରିଆ ଭାବେ କରିଥାନ୍ତି । ନିଜ ମନକୁ ବୁଝାଇ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲି ବୋଲି ସନ୍ତୋଷ ଲାଭ କରନ୍ତି । ହେଲେ ସେମାନେ ଭୁଲି ଯାଆନ୍ତି ଯେ ମନ୍ତ୍ର ଉଚ୍ଚାରଣ ଏବଂ ଜପର ମଧ୍ୟ କିଛି ବିଧି ରହିଛି । ଯାହାକୁ ଠିକ୍‌ ଭାବେ ନକଲେ ଏହା ବିପରୀତ ଫଳ ଦେଇଥାଏ ।

ଆସନ୍ତୁ ସେ ବିଷୟରେ କିଛି ଧାରଣା ନେବା । ସବୁ ବେଳେ ସୂର୍ଯ୍ୟୋଦୟ ପୂର୍ବରୁ କିମ୍ବା ସୂର୍ଯ୍ୟେଦୟର ଅଳ୍ପ ସମୟ ଭିତରେ ଜପ ଆଦି ଶେଷ କରିବା ମଙ୍ଗଳକର ହୋଇଥାଏ । ଏହା ଦ୍ୱାରା ଉତ୍ତମ ପ୍ରଭାବ ପଡ଼େ । ଜୀବନରେ ସୁଖ ସମୃଦ୍ଧି, ଉନ୍ନତି ଆଦି ପାଇଁ ଜପ କରିବା ଏହିସ ସମୟ ସବୁଠାରୁ ଉତ୍କଷ୍ଟ । ତେବେ ବଶୀକରଣ, ତନ୍ତ୍ର କାର୍ଯ୍ୟ ପାଇଁ ଜପ ସନ୍ଧ୍ୟା ସମୟରେ କରିବା ଉଚିତ ।

ନିଶ୍ଚିତ ପଢ଼ନ୍ତୁ : ଶୋଇବା ପୂର୍ବରୁ ପଢ଼ନ୍ତୁ ହନୁମାନଙ୍କ ଏହି ମନ୍ତ୍ର, ପୂରଣ ହେବ ସମସ୍ତ ମନସ୍କାମନା

ନିୟମ ଅନୁସାରେ ପ୍ରତି ଦିନ ନିତ୍ୟପୂଜା ଓ ନିଜ ଇଷ୍ଟଦେବା ଦେବୀଙ୍କ ପୂଜା ସହିତ ଜପ ଆଦି କର୍ମ କରିବା ଉଚିତ । ମନ୍ତ୍ର ଜପ ସମୟରେ କାହା ସହ ମଝିରେ କଥା ହେବା, ହାଇ ଆଦି ମାରି ଆଳସ୍ୟ ଦେଖାଇବା, ଅନ୍ୟମନସ୍କ ରହିବା, କ୍ରୋଧ କରିବା ଉଚିତ ନୁହେଁ ବୋଲି ଶାସ୍ତ୍ରରେ କୁହାଯାଇଛି । ଏହା ଦ୍ୱାରା ଜପ ନିଷ୍ଫଳ ହୁଏ । ସେହିପରି ଚକା ଆସନ କିମ୍ବା ପଦ୍ମାସନରେ ବସି ଜପ କରିବା ଦରକାର।
ମନ୍ତ୍ର ଜପ ଦ୍ୱାରା ଅନେକ ଦୁଃଖ, ସମସ୍ୟା ଆଦି ଦୂର ହୁଏ । ମନ ପବିତ୍ର ହେବା ସହ ଆତ୍ମବଳ ଓ ବୁଦ୍ଧିର ବିକାଶ ଘଟେ । ତେବେ ଏଥିଲାଗି ଉଚିତ ନିଷ୍ଠା ରହିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.