ବହୁଚର୍ଚ୍ଚିତ ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା : ଆଜି ଥାନାରେ ହାଜର ହୋଇପାରନ୍ତି ବିଜେପି ନେତା ଗୋଲକ ମହାପାତ୍ର

ଛତ୍ରପୁର(କେନ୍ଯୁଜ୍) : ଛତ୍ରପୁରର ବହୁଚର୍ଚ୍ଚିତ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଆଜି ଥାନାରେ ହାଜର ହୋଇପାରନ୍ତି । ଫେବ୍ରୁଆରି ୭ ତାରିଖରେ ତାଙ୍କୁ ହାଜର ହେବା ପାଇଁ ଛତ୍ରପୁର ଥାନା ପୋଲିସ ନୋଟିସ କରିଥିଲା । ସେହିପରି ଏହି ମାମଲାରେ ଫେବ୍ରୁଆରି ୯ ତାରିଖରେ ହାଜର ହେବା ପାଇଁ ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କୁ ପୋଲିସ ନୋଟିସ କରିଛି ।

୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ବିଜେଡି କାଉନସିଲ୍ର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ବାସଭବନ ଆଗରେ ହତ୍ୟା କରିଥିଲେ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କୁ ୨୦୧୭ ଅକ୍ଟୋବର ୨୮ରେ ଉତ୍ତରାଖଣ୍ଡରୁ ଗିରଫ କରିଥିଲା ପୋଲିସ । ୨୦୧୭, ନଭେମ୍ବରରେ ୧ତାରିଖରେ ହତ୍ୟା ମାମଲାରେ ଛତ୍ରପୁର ଥାନାରେ ହାଜର ହୋଇଥିଲେ ଗୋଲକ । ଆଜି ପୁଣି ସେ ଥାନାରେ ହାଜର ହେବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.