Below header

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ବ୍ରାଉନ୍‌ ରାଇସ୍‌, ଜାଣନ୍ତୁ କେଉଁ ରୋଗ ପାଇଁ ହାନିକାରକ

ନୂଆଦିଲ୍ଲୀ : ଖାଦ୍ୟରେ ଚାଉଳର ସବୁଠୁ ବଡ଼ ଅବଦାନ ରହିଛି । ଏହା କେବଳ ଭାରତ ନୁହେଁ ସାରା ଦୁନିଆର ଲୋକଙ୍କ ପ୍ଲେଟରେ ଆପଣ ଚାଉଳ ତିଆରି ଖାଦ୍ୟ ପାଇବେ । ଚାଉଲ ସାରା ଦୁନିଆ ଲୋକଙ୍କ ପାଇଁ ଏକ ବଡ଼ ଖାଦ୍ୟ । ରାଜ୍‌ମା ଚାଉଲ ହେଉ ବା କଡ଼ି ଚାଉଳ କିମ୍ବା ସମ୍ବର ଚାଉଳ,ରସମ୍‌ ଚାଉଳ ହେଉ ଉତ୍ତର ଭାରତରୁ ଦକ୍ଷିଣ ଭାରତ ଯାଏ ସବୁଠି ପସନ୍ଦ । ଆସନ୍ତୁ ଜାଣିବା ଚାଉଳ ଶରୀର ପାଇଁ କେତେ ଉପକାରୀ ।
ବ୍ରାଉନ୍‌ ରାଇସ
ଆମେରିକା ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲ୍‌ଚର ତଥ୍ୟ ଅନୁଯାୟୀ, ୧ କପ୍‌ (୨୦୦ ଗ୍ରାମ) ବ୍ରାଉନ ରାଇସ (ଚାଉଳ)ରେ ୨୪୮ କ୍ୟାଲୋରୀ, ୪.୪୩ ପ୍ରୋଟିନ୍‌, ୦.୩୯ ଗ୍ରାମ୍‌ ଫ୍ୟାଟ୍‌, ୫୩.୨ ଗ୍ରାମ କାର୍ବୋହାଇଡ୍ରେଟ୍‌, ୩.୨୩ ଗ୍ରାମ ଫାଇବର ରହିଥାଏ । ଏହାଛଡ଼ା ଚାଉଳରେ ଫୋଲେଟ୍‌ ଓ ଆଇରନ୍‌ ମଧ୍ୟ ରହିଥାଏ । ତେଣୁ ବ୍ରାଉନ୍‌ ରାଇସରେ ଅଧିକ ପୋଷକ ତତ୍ତ୍ୱ ରହିଥାଏ ।
କିଡନୀ ରୋଗୀଙ୍କ ପାଇଁ ବ୍ରାଉନ ରାଇସ ଅପକାରୀ
ବ୍ରାଉନ୍‌ ରାଇସରେ ଫସଫରସ ଓ ପୋଟାସିୟମ୍‌ ମାତ୍ରା ଅଧିକ ରହିଥାଏ । ଯେଉଁ ଲୋକ କିଡନୀ ରୋଗୀ ସେମାନେ ବ୍ରାଉନ ରାଇସ ପରିବର୍ତ୍ତେ ହ୍ଵାଇଟ ରାଇସ (ଧଳା ଚାଉଳ) ଖାଇବା ଉଚିତ୍‌ । ଏହାଛଡ଼ା ଶରୀରରେ ପୋଟାସିୟମ ମାତ୍ରା ଅଧିକ ହେଲେ ହାର୍ଟ ଆର୍ଟାକ ଆଶଙ୍କା ଦେଖାଦେଇଥାଏ ।
ଏହାଛଡ଼ା ଯେଉଁ ଲୋକଙ୍କର ଡାଇରିଆ, କୋଲେଷ୍ଟରାଲ, କ୍ୟାନ୍‌ସର ରୋଗ ରହିଛି କିମ୍ବା ଯାହାର ପେଟ ଅପରେସନ୍‌ ହୋଇଛି ସେମାନେ ବ୍ରାଉନ ରାଇସ ଖାଇବା ଉଚିତ ନୁହେଁ । କାରଣ ଏଥିରେ ଅଧିକ ଫାଇବର ମାତ୍ରା ଥିବାରୁ ହଜମ ପାଇଁ ଅସୁବିଧା ହୋଇଥାଏ । ତେଣୁ ଏହି ରୋଗୀମାନେ ଧଳା ଚାଉଳ ଖାଇବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.