Below header

ଶୋଇବା ସମୟରେ ରହି ରହି ନେଉଛନ୍ତି କି ନିଶ୍ବାସ, ହୋଇଯାଆନ୍ତୁ ସତର୍କ ଜୀବନ ପ୍ରତି ରହିଛି ବିପଦ  

ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଜଣାପଡ଼ିଛି ଶୋଇବା ସମୟରେ ନିଶ୍ବାସ ନେବାର କିଛି ପରିବର୍ତ୍ତନ ଆମ ଜୀବନ ପାଇଁ ବିପଦ ହୋଇପାରେ। ଖାସ କରି ଶୋଇବା ସମୟରେ ଯେଉଁ ବ୍ଯକ୍ତି ଅଟକି ଅଟକି ନିଶ୍ବାସ ନେଇଥାନ୍ତି ତାଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଥାଏ। ଏହି ରହିରହି ନିଶ୍ବାସ ନେବା ଏକ ରୋଗ ଅଟେ , ଯାହାକୁ  ସ୍ଳିପ୍ ଏପ୍ଳିୟା କୁହାଯାଇଥାଏ। ଆସନ୍ତୁ ଜାଣିବା କଣ ରହିଥାଏ ଏହି ରୋଗ।

ସ୍ଲିପ୍ ଏପ୍ଳିଆ ରୋଗ ସେତେବେଳେ ହୋଇଥାଏ ଯେତେବେଳେ ଗଳାର ମାଂସପେଶୀ ଅନିୟମିତ ଭାବେ କାର୍ଯ୍ଯ କରିବା ବନ୍ଦ କରିଥାଏ। ଏହା ଦ୍ବାରା ଶୋଇଥିବା ବ୍ଯକ୍ତିଙ୍କର ନିଶ୍ବାସ ନେବାରେ ଅସୁବିଧା ସୃଷ୍ଟି ହୋଇଥାଏ। ଏଥିକାରଣରୁ ଉଚ୍ଚ ରକ୍ତଚାପ ଏବଂ ହୃଦ୍ ସମ୍ବନ୍ଧିୟ ଅନେକ ରୋଗ ଦେଖାଯାଇଥାଏ।

sleep 2

ଆମେରିକାର ଓଏଚଏସୟୁ ସ୍କୁଲ ଅଫ୍ ମେଡ଼ିସିନର ଆସିଷ୍ଟାଣ୍ଟ ପ୍ରଫେସର ମେଥ୍ଯୁ ବଟଲରଙ୍କ କହିବା ମୁତାବକ, ସ୍ଳିପ୍ ଏପ୍ଳିୟା ଦ୍ବାରା ଅନେକ ଲୋକଙ୍କର ମୃତ୍ଯୁ ହୋଇଥାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଏହି ରୋଗରେ ଗତ ୧୧ ବର୍ଷ ମଧ୍ୟରେ ୫,୧୭୨ରୁ ଉର୍ଦ୍ଦ ବ୍ଯକ୍ତିଙ୍କୁ ଚିହ୍ନଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.