କଳାହାଣ୍ଡି (କେନ୍ୟୁଜ୍) : ମାଓ ଅଡିଓ ଟେପ୍ ବିରୋଧରେ ମାଓ ପୋଷ୍ଟର। କଳାହାଣ୍ଡି ଲାଞ୍ଜିଗଡ ବ୍ଲକ କାନିଗାଁରେ ମାଓ ବିରୋଧୀ ପୋଷ୍ଟର ଲାଗିଛି। ଗାଁର ୫ରୁ ଅଧିକ ସ୍ଥାନରେ ଲାଗିଛି ଏହି ପୋଷ୍ଟର। ଗତକାଲି ମାଓବାଦୀମାନେ ଏକ ଅଡିଓ ଟେପ୍ ଜାରି କରଥିଲେ। ଏଥିରେ ସରକାରୀ ବିରୋଧୀ ବିଭିନ୍ନ ମନ୍ତବ୍ୟ ଦିଆଯାଇଥିଲା। ବାଂଶଧାରା-ଘୁମୁସର- ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ ପକ୍ଷରୁ ଏହି ଟେପ୍ ଜାରି କରାଯାଇଥିଲା।
ସେପଟେ କଳାହାଣ୍ଡି ଜିଲ୍ଲାରେ ମାଓବାଦୀମାନେ ଦୀର୍ଘ ବର୍ଷ ଧରି ସାଧାରଣ ଲୋକଙ୍କୁ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି। ମାଓବାଦୀମାନେ ବନ୍ଧୁକ ଛାଡି ଆଦିବାସୀଙ୍କ ବିକାଶ କର ନଚେତ୍ କଳାହାଣ୍ଡି ଛାଡି ପଳାଅ ବୋଲି ଉଲ୍ଲେଖ କରାଯାଇଛି। ନକ୍ସଲ ବିରୋଧୀ ହିଂସା ମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି।