ସଂସ୍କୃତି ମନ୍ତ୍ରଣାଳୟରେ ଚାକିରି ସୁଯୋଗ, ମାସକୁ ଦରମା ୧ଲକ୍ଷ ୭୭ ହଜାର

ଚାକିରି କରିବା ପାଇଁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ସଂସ୍କୃତି ମନ୍ତ୍ରଣାଳୟରେ ୫୦ରୁ ଅଧିକ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରାଯାଉଛି । ଏଠାରେ ମୋଟ ୬୭ ପଦବୀରେ ଭର୍ତ୍ତି ହେବ । ଡେପୁଟି ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ପଦବୀରେ ଭର୍ତ୍ତି ହେବ ।
ପଦବୀ ବିବରଣୀ : ୬୭
ଜରୁରୀ ତାରିଖ : ଏଠାରେ ଆବେଦନ କରିବାର ଶେଷ ତାରିଖ ଜୁନ୍ ୧୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ପୁରାତତ୍ତ୍ୱ, ଇତିହାସ, ନୃବିଜ୍ଞାନ ଏବଂ ଭୂବିଜ୍ଞାନରେ ମାଷ୍ଟର ଡିଗ୍ରୀ ସହିତ ୧ ବର୍ଷର ଅନୁଭବ ରହିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଅଧିକ ବୟସ ସୀମାରେ ଛାଡରେ ମିଳିବ ।
ଦରମା : ଏହି ପଦବୀରେ ଚୟନିତ ପ୍ରାର୍ଥୀଙ୍କୁ ମାସିକ ୫୬ ହଜାରରୁ ଆରମ୍ଭ କରି ୧ ଲକ୍ଷ ୭୭ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।