Below header

ଜିଭରେ ଦେଖା ଯାଉଛି କି ଏହି ଚିହ୍ନ ସାବଧାନ, ନଚେତ ଆଗକୁ ଯାଇ ହୋଇପାରେ ବଡ଼ ସମସ୍ୟା

ଆମ ଶରୀରର ବିଭିନ୍ନ ଅଙ୍ଗ ମଧ୍ୟରେ କିଡନୀ ହେଉଛି ଆମ ଶରୀରର ସେହି ଅଙ୍ଗ ଯାହାକି ପରିସ୍ରା ଏବଂ ରକ୍ତ ମାଧ୍ୟମରେ ଶରୀରରୁ ଖରାପବସ୍ତୁ ବାହାର କରିବାରେ ସାହାଯ୍ୟ କରେ । ଏପରି ପରିସ୍ଥିତିରେ ଯଦି କିଡନୀରେ କୌଣସି ଅସୁବିଧା ଥାଏ, ତେବେ କିଡନୀ ପରିସ୍ରା ଏବଂ ରକ୍ତକୁ ସଠିକ୍ ଭାବରେ ଫିଲ୍ଟର୍ କରିବାରେ ସକ୍ଷମ ହୁଏ ନାହିଁ । ଯାହା ଫଳରେ ଆମର ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇଥାଏ ।

ଆମ ସ୍ୱାସ୍ଥ୍ୟ ଭଲ ରଖିବାକୁ ହେଲେ ଆମ ଶରୀରର ସମସ୍ତ ଅଙ୍ଗ ଠିକ୍‌ ରହିବା ବହୁତ ଜରୁରୀ ହୋଇଥାଏ । ତେବେ ଆମ ଶରୀରର ବିଭିନ୍ନ ଅଙ୍ଗ ମଧ୍ୟରେ କିଡନୀ ହେଉଛି ଆମ ଶରୀରର ସେହି ଅଙ୍ଗ ଯାହାକି ପରିସ୍ରା ଏବଂ ରକ୍ତ ମାଧ୍ୟମରେ ଶରୀରରୁ ଖରାପବସ୍ତୁ ବାହାର କରିବାରେ ସାହାଯ୍ୟ କରେ । ଏପରି ପରିସ୍ଥିତିରେ ଯଦି କିଡନୀରେ କୌଣସି ଅସୁବିଧା ଥାଏ, ତେବେ କିଡନୀ ପରିସ୍ରା ଏବଂ ରକ୍ତକୁ ସଠିକ୍ ଭାବରେ ଫିଲ୍ଟର୍ କରିବାରେ ସକ୍ଷମ ହୁଏ ନାହିଁ । ଯାହା ଫଳରେ ଆମର ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇଥାଏ । ଯଦି ଆପଣଙ୍କ କିଡନୀରେ କିଛି ତ୍ରୁଟି ଦେଖାଯାଏ, ତେବେ ଏହାର ଲକ୍ଷଣ ଶରୀରରେ ଦେଖାଯିବା ଆରମ୍ଭ କରେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଜିଭରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକ କିଡନୀ ସମସ୍ୟାକୁ କିପରି ସୂଚାଇଥାଏ । ଯାହାଫଳରେ ଆପଣ ଆଗକୁ ଯାଇ କିଡନୀ ସମସ୍ୟାକୁ ନେଇ ସତର୍କ ହୋଇପାରିବେ ।

ତେବେ ଯଦି ଆପଣଙ୍କ କିଡନୀ ନଷ୍ଟ ହେବା ପରିସ୍ଥିତି ଥାଏ, ତାହେଲେ ଆପଣଙ୍କ ଜିଭରୁ ଲାଳ ଗ୍ରନ୍ଥି ପ୍ରଭାବିତ ହୋଇଥାଏ । ଯେପରି କି ପାଟି ଶୁଖିବା ଆରମ୍ଭ କରେ । ଯଦି ଆପଣଙ୍କ ଜିଭରେ ମଧ୍ୟ ଏପରି ଲକ୍ଷଣ ଦେଖାଯାଏ ତେବେ ଏହି ସମସ୍ୟା ଆଗକୁ ଯାଇ ବଢି ପାରେ । ତେବେ କିଡନୀ ସମସ୍ୟା ଥିଲେ, ଏହା ବ୍ୟତୀତ ଆହୁରି ଅନେକ ପ୍ରକାରର ଲକ୍ଷଣ ଦେଖା ଦେଇପାରେ ।

ଏହା ବ୍ୟତୀତ ଯଦି ଜିଭରେ ଧଳା ଦାଗ ଦେଖାଯିବା ଆରମ୍ଭ କରେ, ତାହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା କିଡନୀ ନଷ୍ଟକୁ ସୂଚାଇ ଥାଏ । ସେଥିପାଇଁ ଆପଣଙ୍କୁ ଏହି ସମସ୍ୟା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ହୋଇଥାଏ । କିଡନୀ ସମସ୍ୟା ହେଲେ ଜିଭରେ ଏକ ଧାତବ ସ୍ୱାଦ ଅନୁଭବ ହୁଏ । ଯଦି ଆପଣ ଏପରି ସ୍ୱାଦ ଅନୁଭବ କରୁଛନ୍ତି, ତାହେଲେ ତୁରନ୍ତ ଡକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ନଚେତ ଆଗକୁ ଯାଇ ଆହୁରି ବଡ ସମସ୍ୟା ହୋଇପାରେ । ଏହା ବ୍ୟତୀତ ଜିଭରୁ ରକ୍ତ ବାହାରିବା କିମ୍ବା ଯନ୍ତ୍ରଣା ହେବାର ଅଧିକ ସମ୍ଭାବନା ରହିଥାଏ । ସେଥିପାଇଁ ଏଥିପ୍ରତି ଆପଣ ଅଧିକ ସତର୍କ ରହିବ ଅତ୍ୟନ୍ତ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.