ତ୍ୱଚାରେ ଶ୍ୟାମଳପଣ ବୃଦ୍ଧି ପାଉଛି କି ? ତେବେ ତୁରନ୍ତ ଛାଡିଦିଅନ୍ତୁ ଏହିସବୁ ଖାଦ୍ୟ

ଗୋରା, ଉଜ୍ୱଳ ତ୍ୱଚା ପାଇଁବା ପାଇଁ ଆଜିକାଲି ଯୁବତୀ ବିଭିନ୍ନ ପ୍ରକାରର ଘରୋଇ ଉପାୟ କରିବା ସହ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ମଧ୍ୟ କିଣୁଛନ୍ତି। ସମସ୍ତେ ନିଜର ତ୍ୱଚାକୁ ଉଜ୍ୱଳ କରିବା ପାଇଁ ଚାହିଁଥାନ୍ତି। ଏଥିପାଇଁ ନିଜ ତ୍ୱଚାର ଧ୍ୟାନ ମଧ୍ୟ ରଖିବା ନିତାନ୍ତ ଜରୁରୀ। କିନ୍ତୁ ଅନେକ ଥର ତ୍ୱଚାର ଧ୍ୟାନ ରଖିବା ପରେ ମଧ୍ୟ ତ୍ୱଚା ମଳିନ ପଡିଯାଏ। ଯଦି ଆପଣଙ୍କ ସହିତ ଏପରି କିଛି ଘଟୁଥାଏ, ତେବେ ପାଞ୍ଚଟି ଖାଦ୍ୟ ଏଥିପାଇଁ ଦାୟୀ । ତେଣୁ ଏହି ଖାଦ୍ୟକୁ ଆପଣଙ୍କ ଡାଏଟ ଚାଟରୁ ହଟାଇଦିଅନ୍ତୁ। ଆସନ୍ତୁ ଜାଣିନେବା କ’ଣ ସେହି ଖାଦ୍ୟ।

sugar

ଚିନି :

ଯଦି ଆପଣ ଚିନି ଖାଉଛନ୍ତି ତେବେ ଏହାକୁ ଖାଇବା କମ୍‌ କରିଦିଅନ୍ତୁ। ଚିନିର ମିଠା ଆପଣଙ୍କ ତ୍ୱଚାକୁ ଶ୍ୟାମଳ କରିଦିଏ। ଏହାକୁ ଖାଇବା ଯୋଗୁଁ ବ୍ଲଡ ସୁଗାର ମାତ୍ରା ବଢିଥାଏ, ଯାହା ପାଇଁ ସ୍କିନ ଟିସୁର କୋଲେଜନ କ୍ଷତି ପହଞ୍ଚିଥାଏ ଏବଂ ସ୍କିନର ଉଜ୍ୱଳତା କମ୍‌ ହେବାରେ ଲାଗିଥାଏ।

କମଳା ଜୁସ୍‌ :

କମଳା ଜୁସ୍‌ରେ ଫାଇବର ନଥାଏ। ଯାହାକୁ ପିଇବା ଦ୍ୱାରା ବ୍ଲଡ ସର୍କୁଲେସନ କମ୍‌ ହୋଇଥାଏ। ଏଥିପାଇଁ ମଧ୍ୟ ଶ୍ୟାମଳତା ବୃଦ୍ଧି ପାଏ।

coffe

କଫି :

କଫିକୁ ଆପଣ ସ୍କ୍ରିନରେ ଉଜ୍ୱଳତା ବଢାଇବା ପାଇଁ ବ୍ୟବହାର କରିପାରନ୍ତି କିନ୍ତୁ ଦିନକୁ ତିନି କିମ୍ବା ଚାରି ଥର କଫି ପିଇବା ଦ୍ୱାରା ଶ୍ୟାମଳପଣ ବୃଦ୍ଧି ପାଏ। ଏଥିରେ ଥିବା କେଫିନ ଷ୍ଟ୍ରେସ ହରମୋନନ ସ୍ତରକୁ ବୃଦ୍ଧି କରିଥାଏ। ଯାହାଦ୍ୱାରା ସ୍କ୍ରିନ କଳା ଦେଖାଯାଏ।

ଏହାସହ ପଢ଼ନ୍ତୁ ; ରାତାରାତି ଆପଣଙ୍କ ଚେହେରା ଦିଶିବ ଉଜ୍ୱଳ, ଆପଣାନ୍ତୁ ଏହି ଛୋଟ ଉପାୟ

ହ୍ଵାଇଟ୍‌ ବ୍ରେଡ୍‌ :

ଅଧିକାଂଶ ଲୋକ ବ୍ରାଉନ ବ୍ରେଡ ନୁହେଁ ହ୍ଵାଇଟ୍‌ ବ୍ରେଡ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ହ୍ଵାଇଟ ବ୍ରେଡ ଆପଣଙ୍କ ଉଜ୍ୱଳତାକୁ କମ୍‌ କରିଥାଏ। ହ୍ଵାଇଟ୍‌ ବ୍ରେଡ ଖାଇବା ଦ୍ୱାରା ଇନସୁଲିନ ସ୍ତର ବଢିଯାଏ। ଯାହା ତ୍ୱଚାକୁ ତୈଳାକ୍ତ କରିଥାଏ।

food

ରାଗମସଲା ଯୁକ୍ତ ଖାଦ୍ୟ :

ଅଧିକ ରାଗ ମସଲା ଯୁକ୍ତ ଖାଦ୍ୟ ଖାଇଲେ କେବଳ ସ୍ୱାସ୍ଥ୍ୟ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ହାନିକାରକ ହୋଇଥାଏ। ଏହା ଶରୀରର ତାପମାତ୍ରା ବଢାଇବା ଯୋଗୁଁ ବ୍ଲଡ ସେଲସ୍‌ ସଂପ୍ରସାରିତ ହୁଏ ଏବଂ ତ୍ୱଚାରୁ ଉଜ୍ୱଳତା ଗାଏବ ହୋଇଯାଏ।

 

Leave A Reply

Your email address will not be published.