Below header

ଚୁଡା ଖାଇ ଖାଇ ବିରକ୍ତ ଲାଗିଲାଣି, ଆଜି ଘରେ ବନାନ୍ତୁ ନୂଆ ଷ୍ଟାଇଲରେ ଇନ୍ଦୋରୀ ଚୁଡା

ଯଦି ଆପଣ ଫିଟନେସ୍‌ ରଖିବା ପାଇଁ ଦିନ ଆରମ୍ଭ ଚୁଡା ଖାଇ କରୁଛନ୍ତି, ତେବେ ଏହି ଖବର ନିଶ୍ଚିତ ଆପଣଙ୍କ ପାଇଁ। ଚୁଡା ଏମିତି ଏକ ଦେଶୀ ଖାଦ୍ୟ ଯାହାକୁ କେବଳ ଓଡିଶା କି ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଖାଇବାକୁ ବେଶ ପସନ୍ଦ କରାଯାଉଛି। ଏହା ବହୁତ କମ୍‌ ସମୟରେ ପ୍ରସ୍ତୁତ ହୋଇଯାଏ। ଇନ୍ଦୋରରେ ଲୋକମାନେ ସକାଳୁ ଚୁଡା ଖାଇଥାନ୍ତି। ତେବେ ଆପଣ କେମିତି ଇନ୍ଦୋରୀ ପୋହା ବନାଇବେ, ଆସନ୍ତୁ ଜାଣିବା…

ଆବଶ୍ୟକ ସାମଗ୍ରୀ: ୨ କପ୍‌ ଚୁଡା, ୧/୨ କଞ୍ଚାଲଙ୍କା (ଛୋଟ କଟା ହୋଇଥିବା), ୧ ଚାମଚ ପାନମଧୁରୀ, ୧ ଚାମଚ ସୋରିଷ, ୧/୪ ହଳଦୀ ପାଉଡର, ୨ ଚାମଚ ତେଲ, ୨/୩ ଚାମଚ ଚିନି, ଧନିଆପତ୍ର, ସ୍ୱାଦ ଅନୁସାରେ ଲୁଣ, ଗୁଣ୍ଡ ସେଓ, ମସଲା ବୁନ୍ଦୀ, ଜିରା ପାଉଡର, ଲେମ୍ବୁ।

ପ୍ରସ୍ତୁତି ପ୍ରଣାଳୀ: ଇନ୍ଦୋରୀ ପୋହା କରିବା ପାଇଁ ଚୁଡାକୁ ଭଲ ଭାବେ ଏକ ଜାଗାରେ ପାଣିରେ ଧୋଇଦିଅନ୍ତୁ। ତା’ ପରେ ପାଣିରୁ କାଢି କିଛି ସମୟରେ ପାଣି ନିଗିଡିବା ପାଇଁ ରଖିଦିଅନ୍ତୁ। ଏବେ ସେଥିରେ ହଳଦୀ ପାଉଡର, ଲୁଣ, ଚିନି ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହା ପରେ ଅଳ୍ପ ଆଞ୍ଚରେ କଡେଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ଆଉ ଏବେ ସେଥିରେ କଟା ହୋଇଥିବା ଲଙ୍କା ଏବଂ ପାନମଧୁରୀ ପକାନ୍ତୁ। ପରେ ଏଥିରେ ଚୁଡାକୁ ମିଶାଇ ଅଳ୍ପ ଆଞ୍ଚରେ ଭାଜନ୍ତୁ। ଆଉ ଏକପାତ୍ରରେ ପାଣି ବସାଇ ପାଣି ଫୁଟିଗଲେ ତା’ ଉପରେ ଚୁଡା କଡେଇ ରଖି ବାମ୍ଫ ଦିଅନ୍ତୁ।

ଏବେ ସବୁ ଜିନିଷକୁ ପକାଇ ଧିରେ ଧିରେ ମିଶାନ୍ତୁ। କଡେଇରୁ ଗରମ ଗରମ ପୋହାକୁ କାଡି ଧନିଆ, ବୁନ୍ଦି, ସେଓ, ଜିରା ପାଉଡର, କଟା ପିଆଜ ଓ ଲେମ୍ବୁ ପକାଇ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.