ଅତି ଆପଣାର ‘ଓସ୍କାର’କୁ ହରାଇଲେ ସିଦ୍ଧାର୍ଥ ମାଲହୋତ୍ରା, କିଆରାଠୁ ଆଲିଆ ପର୍ଯ୍ୟନ୍ତ ସମସ୍ତେ ହେଲେ ଇମୋସନାଲ

ନିଜର ଅତି ଆପଣାର ବନ୍ଧୁକୁ ହରାଇଛନ୍ତି ବଲିଉଡ୍‌ର ଚକୋଲେଟ୍‌ ହିରୋ ସିଦ୍ଧାର୍ଥ ମାଲହୋତ୍ରା। ଏହି ଦୁଃଖଦ ଖବରକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସିଦ୍ଧାର୍ଥ ନିଜ ପୋଷା କୁକୁର ଓସ୍କାରକୁ ହରାଇବା ପରେ ଏକ ମନକୁ ଛୁଇଁଗଲା ଭଳି ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି।

ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସିଦ୍ଧାର୍ଥ ମାଲହୋତ୍ରା ସବୁବେଳେ ଓସ୍କାର ସହ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। କିନ୍ତୁ ଏବେ ଆଉ ତାଙ୍କୁ ଓସ୍କାର ସହ ଦେଖିବାକୁ ମିଳିବନି। କାରଣ ସବୁଦିନ ପାଇଁ ଦୁନିଆକୁ ଅଲ୍‌ବିଦା କହିଛି ସିଦ୍ଧାର୍ଥଙ୍କ ପ୍ରିୟ ଓସ୍କାର।

ଓସ୍କାର ମୃତ୍ୟୁ ପରେ ସିଦ୍ଧାର୍ଥ ମାଲହୋତ୍ରା ଏକୁଟିଆ ହୋଇଯାଇଥିବା ନେଇ ପୋଷ୍ଟ ସେୟାର କରି କହିଛନ୍ତି। ସିଦ୍ଧାର୍ଥ ଲେଖିଛନ୍ତି-ତା’ ବିନା ମୋ ସକାଳ ଅଧୁରା, ଘରକୁ ଫେରିବା ଓ କବାଟ ଖୋଲିବା ଏବେ ଆଉ ପୂର୍ବ ଭଳି ହେବ ନାହିଁ। ମୁଁ କୃତଜ୍ଞ ଯେ ସେ ମୋତେ ବାଛିଥିଲା ଓ ଅନେକ କିଛି ଶିଖାଇଥିଲା। ଲଭ୍‌ ୟୁ ମୋ ଓସ୍କାର।

 

View this post on Instagram

 

A post shared by Sidharth Malhotra (@sidmalhotra)

କେବଳ ସିଦ୍ଧାର୍ଥ ନୁହେଁ, କିଆରା ଆଡଭାନୀ ମଧ୍ୟ ଓସ୍କାର ଓ ସିଦ୍ଧାର୍ଥଙ୍କ ଫଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କିଆରା ଉଭୟଙ୍କର କେତେକ ଫଟୋ ସେୟାର କରି ଲେଖିଛନ୍ତି-ବେଷ୍ଟ ବଏଜ୍‌।

sid

ତେବେ ସିଦ୍ଧାର୍ଥଙ୍କର ଏହି ପୋଷ୍ଟରେ ବଲିଉଡ୍‌ର ଅନେକ ସେଲିବ୍ରିଟି ବି ଲାଇକ୍‌ କରିବା ସହ ଇମୋସନାଲ ହୋଇଥିବା ଦେଖିବାକୁ ମିଳିଛି। ଆଲିଆ ଭଟ୍ଟ, କୃତି ସାନନ୍‌, ଡାଏନା ପ୍ରିଣ୍ଟୋ, ରକୁଲପ୍ରୀତ ସିଂ, କରଣ ଜୋହର, ଅନୁଷ୍କା ଶର୍ମା, ସୋନାକ୍ଷୀ ସିହ୍ନା, ପରିଣିତି ଚୋପ୍ରା, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌, ବରୁଣ ଧଓ୍ଵନ, ଟାଇଗର ଶ୍ରଫ୍‌, ଭୂମି ପେଡନେକର ପ୍ରମୁଖ ସେଲିବ୍ରିଟି ସୋସିଆଲ ମିଡିଆରେ ଓସ୍କାର ପାଇଁ ଭଲ ପାଇବା ଦର୍ଶାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.