Below header

ଆଜି ଏକ ନୂଆ ପ୍ରକାର ସ୍ନାକ୍ସର ମଜା ନିଅନ୍ତୁ, ଘରେ ବନାନ୍ତୁ “ଦହି ବ୍ରେଡ ରୋଲ”

କିଛି ଲୋକ ସ୍ନାକ୍ସରେ ନୂଆ ନୂଆ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ତାର ମଜା ନେବାକୁ ପସନ୍ଦ କରନ୍ତି । ତେଣୁ ଆଜିର ଥଣ୍ଡା ଥଣ୍ଡା ବର୍ଷା ପାଗରେ ଆମେ ଆପଣଙ୍କ ପାଇଁ ଏକ ନୂଆ ଷ୍ଟାଇଲର ସ୍ନାକ୍ସ ନେଇ ଆସିଛୁ । ଯାହାର ନାଁ ହେଉଛି “ଦହି ବ୍ରେଡ ରୋଲ” । ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ଦହି- ୫୦୦ ଗ୍ରାମ

ପନିର- ୧୦୦ ଗ୍ରାମ (କୋରା ଯାଇଥିବା)

ଶିମଲା ଲଙ୍କା- ଅଧା କପ

ଗାଜର- ଅଧା କପ

ଧନିଆ ପତ୍ର- ୨ ଟେବଲ ସ୍ପୁନ

ଗୋଲମରିଚ ଗୁଣ୍ଡ- ଅଧା ଚାମଚ

ଲଙ୍କା- କଟା ଯାଇଥିବା

ମଇଦା- ୨ ଚାମଚ

ବ୍ରେଡ ଖଣ୍ଡ- ୩ ରୁ ୪  ଟି

ଲୁଣ ସ୍ୱାଦନୁସାରେ

dahi bread roll

ପ୍ର୍ରସ୍ତୁତି ପ୍ରଣାଳୀ:

-ପ୍ରଥମେ ଏକ ପାତ୍ରରେ ଦହି, ପନିର, ଗାଜର, ସିମଲା ଲଙ୍କା, ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର, ଲୁଣ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଏବେ ବ୍ରେଡରୁ କଡ କାଢି ଦିଅନ୍ତୁ । ଏବେ ହାଲକା ପାଣି ଦେଇ ବ୍ରେଡ ଗୁଡିକୁ ବେଲି ଦିଅନ୍ତୁ । ଏବେ ମଇଦାର ଏକ ଘୋଳ ପ୍ରସ୍ତୁତ କରନ୍ତୁ ।

– ବ୍ରେଡର ଯେଉଁ ପଟରେ ପାଣି ଲଗାଇଛନ୍ତି ସେହି ପଟରେ ମଇଦାର ମିଶ୍ରଣ ଦିଅନ୍ତୁ । ଏବେ ବ୍ରେଡ ଭିତରେ ମିଶ୍ରଣ ଦିଅନ୍ତୁ । ଏକ ରୋଲ ପ୍ରସ୍ତୁତ କରନ୍ତୁ ।

-ଦୁଇ ବ୍ରେଡ ଖଣ୍ଡ ଭଲ ଭାବରେ ଲେଖିବା ପାଇଁ ମଇଦା ଘୋଳ ବ୍ୟବହାର କରନ୍ତୁ ।

– ଏବେ ଏହି ରୋଲକୁ ଗରମ ତେଲରେ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏବେ ଏହାକୁ କାଟି କାଟି କୌଣସି ସ୍ୱାଦିଷ୍ଟ ଚଟଣି ସହ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.