ଚିଜ ପନିର ବ୍ରେଡ ରୋଲ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବେଶ ହିତକର, ଜାଣନ୍ତୁ ଏହାର ସହଜ ରେସିପି

କଥା ଯେବେ ଘର ପରିବାରର ସ୍ୱାସ୍ଥ୍ୟ ଉପରକୁ ଆସେ ସେତେବେଳେ ଘରେ ମହିଳା ସେହି ଖାଦ୍ୟକୁ ବିକଳ୍ପ ଭାବେ ବାଛନ୍ତି, ଯାହା ତାଙ୍କ ପରିବାର ପାଇଁ ବେଶ ଲାଭଦାୟକ ହେବ । ଏହାସହ ଯେପରି ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇପାରିବ ତାହା ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି । ତେବେ ଏହାକୁ ନେଇ ଏକ ଏମିତି ରେସିପି ରହିଛି , ଯାହା ଶରୀର ପାଇଁ ଖୁବ ଉପକାରୀ ସହ ଟେଷ୍ଟି ମଧ୍ୟ ହୋଇଥାଏ ।

ଆଜିର ରେସିପି ହେଉଛି ଚିଜ ପନିର ବ୍ରେଡ ରୋଲ । ଏଥିରେ ବ୍ରେଡର କ୍ରିସପି ସ୍ୱାଦ ସହ ପନିରର ମଜା ମଧ୍ୟ ଉଠାଇ ପାରିବେ । ଏହା ପିଲାଙ୍କୁ ଖୁବ ପସନ୍ଦ ଆସିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳି ।

ସାମଗ୍ରୀ:

– ବ୍ରେଡ
– ପନିର
– ପିଆଜ
– ଟମାଟୋ
– ଧନିଆ
– ଲଙ୍କା
– ଲୁଣ
– ହଳଦୀ
– ଗୋଲମରିଚ ଗୁଣ୍ଡ
– ତେଲ

ପ୍ରସ୍ତୁତି:

ପ୍ରଥମେ ବ୍ରେଡକୁ ସାଇଜରୁ କାଟି ଦିଅନ୍ତୁ । ଏହାପରେ ପନିରକୁ ଗୁଣ୍ଡ କରିଦିଅନ୍ତୁ । ପ୍ୟାନରେ ତେଲ ଗରମ କରି ଏଥିରେ କଟା ପିଆଜ ପକାଇ ଭାଜନ୍ତୁ । ଏହାପରେ ଟମାଟୋ ପକାନ୍ତୁ । ଏହା ଉପରେ ଧନିଆ ପତ୍ର ପକାନ୍ତୁ । ଶେଷରେ ଲୁଣ, ହଳଦୀ, ଲଙ୍କା ସହ ପନିରକୁ ମିଶାନ୍ତୁ । ଗୋଲମରିଚ ଗୁଣ୍ଡ ସ୍ୱାଦ ଅନୁଯାୟୀ ପକାନ୍ତୁ । ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ବ୍ରେଡ ମଧ୍ୟରେ ରଖନ୍ତୁ । ରୋଲ ସେପ ଦେଇ ଏହାକୁ କାଟିଦିଅନ୍ତୁ। ଏହା ମଧ୍ୟରେ ପିଲାଙ୍କ ମନ ପସନ୍ଦ ଚିଜ ଭଲ ଭାବେ ଦିଅନ୍ତୁ ।ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ପିଲାଙ୍କର ମନପସନ୍ଦ ଚିଜ ପନିର ବ୍ରେଡ ରୋଲ । ଏହାକୁ ଆପଣ ସନ୍ଧ୍ୟାରେ ସ୍ନାକ୍ସ ଭାବେ କିମ୍ବା ସକାଳେ ବ୍ରେକଫାଷ୍ଟ ରୂପେ ଖାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.