Below header

ଜାଣନ୍ତୁ ବାର ଅନୁଯାୟୀ ଆପଣଙ୍କୁ କ’ଣ କିଣିବା ଉଚିତ

ସାଧାରଣତଃ ସବୁ ଲୋକଙ୍କୁ ନୂଆ ନୂଆ ଜିନିଷ କିଣିବାକୁ ବହୁତ ଭଲ ଲାଗେ। ବିଶେଷ କରି ଝିଅମାନଙ୍କୁ ବେଶି ସପିଂ କରିବାକୁ ଭଲ ଲାଗିଥାଏ। ସେମାନେ ନିଜ ମନପସନ୍ଦର ପୋଷାକ, ଘର ସାଜସଜ୍ଜା ଦ୍ରବ୍ୟ କିଣି ଥାଆନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନିର୍ଦ୍ଦିଷ୍ଟ ବାରରେ କିଣାକିଣି କରିବା ଦ୍ବାରା ଶୁଭ ଫଳ ମିଳିଥାଏ। ତେବେ ଆସନ୍ତୁ ଜାଣିବା ବାର ଅନୁଯାୟୀ ଆପଣଙ୍କୁ କ’ଣ କିଣିବା ଉଚିତ।

ରବିବାର – ଏହି ବାରରେ ସୂର‌୍ୟ୍ୟଦେବଙ୍କୁ ପୂଜା କରାଯାଏ। ସମ୍ପୂର୍ଣ୍ଣ ରୂପେ ସୂର‌୍ୟ୍ୟଦେବତାଙ୍କୁ ଏହି ଦିନରେ ସମର୍ପଣ କରାଯାଏ। ତେଣୁ ଏହି ଦିନ ଲାଲ ରଙ୍ଗ କିମ୍ବା ହଳଦିଆ ରଙ୍ଗର ପୋଷାକ କିଣିବା ଉଚିତ।

ସୋମବାର – ସୋମ ବାର ପ୍ରଭୁ ଶିବଙ୍କର ବାର ଅଟେ। ତେଣୁ ଘରର ସାଜସଜ୍ଜା ନିମନ୍ତେ ଦ୍ରବ୍ୟ କିଣିବା ଉଚିତ।

shopping (1)ମଙ୍ଗଳବାର – ମଙ୍ଗଳବାରରେ ଚମଡାର କୌଣସି ଜୋତା କିଣିବା ଉଚିତ ନୁହେଁ। କିନ୍ତୁ ଯେକୌଣସି ପୋଷାକ କିଣି ପାରିବେ।

ବୁଧବାର – ଏହି ଦିନ ରୋଷେଇ ଘର ନିମନ୍ତେ କିଛି ସାମଗ୍ରୀ ଆପଣ କିଣିପାରିବେ।

ଗୁରୁବାର – ଗୁରୁବାର ଦିନ ଯେକୌଣସି ବୈଦ୍ୟୁତିକ ଜିନିଷ ଘର ପାଇଁ କିଣିପାରିବେ।

ଶୁକ୍ରବାର – ଶୁକ୍ରବାର ଦିନ ନିଜ ପାଇଁ ପ୍ରସାଧନ ସାମଗ୍ରୀ କିଣିବା ଉତ୍ତମ ଅଟେ।

ଶନିବାର – ଶନିବାର ଦିନ ଚମଡା ଜୋତା କିଣିବା ଅନୁଚିତ। ଏହି ଦିନ କଳା ରଙ୍ଗର ପୋଷାକ କିଣି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.