SBI ଗ୍ରାହକଙ୍କୁ ଦେଇଛି ବଡ ଉପହାର, ବିନା ATM କାର୍ଡରେ ମଧ୍ୟ ଉଠାଇ ପାରିବେ ଟଙ୍କା

ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) ନିଜର ଗ୍ରାହକଙ୍କୁ ହୋଲି ଉପଲକ୍ଷେ ବହୁତ ବଡ ଉପହାର ଦେବା ପାଇଁ ନୂଆ ସୁବିଧା କରିଛନ୍ତି। ଯାହା ଦ୍ବାରା ଏସବିଆଇର ଗ୍ରାହକ ବିନା ଏଟିଏମ୍ କାର୍ଡରେ ରୁ ଟଙ୍କା ବାହାର କରିପାରିବେ। ଏସବିଆଇର ଏହି ନୂଆ ସେବାର ନାମ ହେଉଛି ୟୋନୋ କ୍ୟାସ ରଖାଯାଇଛି। ତେବେ ଆସନ୍ତୁ ଜାଣିବା କେମିତି କାମ କରିବ ଏସବିଆଇର ନୂଆ ଫିଚର ଏବଂ ବିନା ଏଟିଏମରେ ଆପଣ କେମିତି ଟଙ୍କା ଉଠାଇପାରିବେ।

ସର୍ବପ୍ରଥମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏସବିଆଇର ଏହି ସୁବିଧା ପୂରା ଦେଶର ୧୬,୫୦୦ ଏଟିଏମରେ ଉପଲବ୍ଧ ରହିଛି। ତେବେ ପ୍ରଶ୍ନ ଏହା ଯେ ଏହାର ସୁବିଧା ଆପଣ କେମିତି ପାଇପାରିବେ।

yonno-ତେବେ ସର୍ବପ୍ରଥମେ ଆପଣଙ୍କୁ ନିଜର ଫୋନରେ ଏସବିଆଇର YONO ମୋବାଇଲ ଆପକୁ ଡାଉନଲୋଡ କରିବାକୁ ହେବ।

-ଏହାପରେ ଆପଣଙ୍କୁ ୬ ଅଙ୍କ ବିଶିଷ୍ଟ YONO ପିନ୍ ସେଟ କରିବାକୁ ହେବ। ଏହାପରେ ଯଦି ଆପଣ ବିନା ଏଟିଏମ୍ କାର୍ଡରେ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହା ପାଇଁ ୟୋନୋ ଆପରେ ରିକ୍ବେଷ୍ଟ କରିବାକୁ ହେବ। ଏହାପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ୍ ଆସିବ। ଯେଉଁଥିରେ ୬ ଅଙ୍କର ଏକ ପିନ୍ ମିଳବ।

-ଏହି ପିନ୍ ସାହାଯ୍ୟରେ ଆପଣ ନିକଟସ୍ଥ କୌଣସି ବି ଏଟିଏମରୁ ଟଙ୍କା ଉଠାଇ ପାରିବେ। ଧ୍ୟାନ ରଖନ୍ତୁ ଯେ ଏହି ପିନର ବୈଦ୍ଧତା କେବଳ ୩୦ ମିନିଟ ପର୍ଯ୍ୟନ୍ତ । ଏହାର ଅର୍ଥ ହେଉଛି ପିନ୍ ମୋବାଇଲକୁ ଆସିବାର ୩୦ ମିନିଟ ପରେ ତାହା ଏକ୍ସପାୟାର ହୋଇଯିବ ଏବଂ ଆପଣ ଟଙ୍କା ଉଠାଇପାରିବେ ନାହଁ।

yonoଜଣାଇବାକୁ ଚାହିଁବୁ ଯେ ଏହି ସୁବିଧା ସାଧାରଣ ଏଟିଏମରେ ଦିଆଯାଇନାହିଁ। ଏଥିପାଇଁ ବ୍ୟାଙ୍କ୍ କେବଳ ୧୬,୫୦୦ ଏଟିଏମରେ ୟୋନୋ କ୍ୟାସ ପଏଣ୍ଟ ର ସୁବିଧା ଦିଆଯାଇଛି। ଯାହା ଦ୍ବାରା ଆପଣ ଏହି ସୁବିଧା ଦ୍ବାରା ବିନା ଏଟିଏମରେ ବି ଟଙ୍କା ଉଠାଇପାରିବେ।

ଏସବିଆଇ ୨୦୧୭ ମସିହାରେ ଗ୍ରାହକଙ୍କ ସୁବିଧା ପାଇଁ ୟୋନୋ ଆପକୁ ଲଞ୍ଚ କରିଥିଲା। ଏହି ଆପ୍ ସାହାଯ୍ୟରେ ଆପଣ କ୍ରୟ ମଧ୍ୟ କରିପାରିବେ। ଏହି ଆପକୁ ଆପଣ ଗୁଗଲ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ କୋଟି ରୁ ଅଧିକ ଥର ଡାଉନଲୋଡ କରାଯାଇସାରିଲାଣି। ଏହି ଆପ୍ ଆଇଫୋନଧାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.