Below header

୩୦ କିଲୋମିଟର ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଅନ୍ତେବାସୀ

ମୟୂରଭଞ୍ଜ (କେନ୍ୟୁଜ୍) : ପୁଣି ହଷ୍ଟେଲ ଛାଡିଲେ ଅନ୍ତେବାସୀ। ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଫେରାଦ ହେଲେ । ଅଭିଯୋଗ କରିବାକୁ ୩୦ କିଲୋମିଟର ଚାଲି ଚାଲି ଜଙ୍ଗଲ ରାସ୍ତାରେ ଗଲେ ୪୦ରୁ ଅଧିକ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ମୁକୁନ୍ଦ ହାଇସ୍କୁଲର ଅନ୍ତେବାସୀମାନେ ଏହି ଅଭିଯୋଗ କରିଛନ୍ତି। ହଷ୍ଟେଲର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଏହାପରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀ ମାନଙ୍କୁ ବୁଝାସୁଝା କରିଥିଲେ। ଏହାପରେ ସମସ୍ତ ଛାତ୍ରୀ ହଷ୍ଟେଲକୁ ଫେରି ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.