ବାସ୍ତୁ ଶାସ୍ତ୍ର : ଜାଣନ୍ତୁ ଘରର କେଉଁ ଦିଗରେ ରହିବା କଥା ପାଣି, ସବୁଠୁ ଭଲ କେଉଁ ଦିଗ

ବେଳେ ବେଳେ ସବୁ କିଛି ଠିକ୍ ଥାଇ ମଧ୍ୟ ଘରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଯାଇଥାଏ । କାହାର ସ୍ୱାସ୍ଥ୍ୟ ଠିକ୍ ରହେନି ତ କାହା ସହ କାହାର ପଡେନି । ଘରେ ସର୍ବଦା ଏକ ନକରତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ତେଣୁ ଏଠାରେ ବାସ୍ତୁ ଶାସ୍ତ୍ରର ଗୁରୁତ୍ୱକୁ ଉପଲବ୍ଧି କରାଯାଏ । ଆସନ୍ତୁ ଆଜି ଜାଣିବା ଘରେ ପାଣିର ପ୍ରକୃତ ସ୍ଥାନ ବିଷୟରେ ।
ବାସ୍ତୁ ଶାସ୍ତ୍ରରେ ଘରର କେଉଁ ଦିଗରେ କ’ଣ ରହିଲେ ଏହା ଘର ପ୍ରତି ଶୁଭ ହେବ । ଏହାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ । ଦିଗର ଆଧାରରେ ହିଁ ଘରର ସାଜ ସଜ୍ଜା ମଧ୍ୟ କରାଯାଇଥାଏ । ତେବେ ୫ ତତ୍ତ୍ୱ ମଧ୍ୟରେ ଜଳର ଗୁରୁତ୍ୱ ଅଧିକ । ତେଣୁ ଘରେ ଜଳ ସ୍ଥାନ ମହତ୍ତ୍ୱପୂର୍ଣ୍ଣ ଅଟେ ।
ନୂତନ ଘର ନିର୍ମାଣ କଲାବେଳେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ । ବିଶେଷକରି ପାଣି ଟାଙ୍କି, ପାଣି ଟ୍ୟାପ୍ ଓ ପାଣି ରଖିବାର ସ୍ଥାନ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଯାହଦ୍ୱାରା ଘର ଲୋକଙ୍କ ସ୍ୱାସ୍ଥ୍ୟ ଅନୁକୂଳ ରହିବା ସହ ଘରର ସୁଖ ସମୃଦ୍ଧି ବୃଦ୍ଧି ଘଟିଥାଏ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଜଳର ଶୁଭ ସ୍ଥାନ ଐଶାନ୍ୟ କୋଣ । ପାଣି ଭଣ୍ଡାର କିମ୍ବା ଭୂମିଗତ ଟାଙ୍କି କିମ୍ବା ବୋରିଂ ଉତ୍ତର କିମ୍ବା ପୂର୍ବୋତ୍ତର ଦିଗରେ ହେବା ଦରକାର ।
ଘରର ବାଥ୍ ରୁମ୍, ରୋଷେଇ କିମ୍ବା ଅନ୍ୟ ସ୍ଥାନରେ ନଳ ପାଣି ପଡିବା ଅଶୁଭ ଧରାଯାଏ । ଟାଙ୍କିରୁ ପାଣି ବୋହିବା ମଧ୍ୟ ଅଶୁଭ ଧରାଯାଏ । ଏପରି ହେଲେ ଘରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।