ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ, ସରୋଜ କୁମାର ମିଶ୍ରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର(କେନ୍ୟୁଜ୍) : ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସରୋଜ କୁମାର ମଶ୍ରଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ମିଳିଛି ନିଯୁକ୍ତି ।
ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିଲେ । ରାଜ୍ୟ ସରକାର ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜିଏ ଆଣ୍ଡ ପିଜି ବିଭାଗକୁ ବଦଳି କରିଛନ୍ତି । ଆଗକୁ ଉପ ନିର୍ବାଚନ ଥିବାରୁ ଜିଲ୍ଲାପାଳଙ୍କ ବଦଳି ନେଇ ଚର୍ଚ୍ଚା ଚାଲିଛି । ପ୍ରକାଶଯୋଗ୍ୟ ଯେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି ।