‘ବାହୁବଳୀ’ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଫିଲ୍ମ ‘ବାହୁବଳୀ’ର ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟିଆ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ, ଏକ ୱେବ ସିରିଜର ସୁଟିଂ ସମୟରେ ତମନ୍ନାଙ୍କଠାରେ କରୋନାର କିଛି ଲକ୍ଷଣ ଦେଖାଯାଇଥିଲା। ଏହାପରେ ସେ ନିଜର ଟେଷ୍ଟ କରାଇଥିଲେ। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

huhu

ତେବେ ତମନ୍ନା ଏ ପର୍ଯ୍ୟନ୍ତ ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନମାନଙ୍କୁ ଏ ବାବଦରେ କୌଣସି ସୂଚନା ଦେଇନାହାନ୍ତି। ସୂଚନାଥାଉ କି, ଅଗଷ୍ଟରେ ତମନ୍ନା କହିଥିଲେ କି ତାଙ୍କ ମା’, ବାପାଙ୍କୁ କରୋନା ହୋଇଥିବା ବେଳେ ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.