୨୦୨୧ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କ ପାଇଁ ୫୦୦ ମିଲିୟନ ଡୋଜ୍ କରୋନା ଟିକା ପ୍ରସ୍ତୁତ ହେବ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : କରୋନା ଟିକା ପ୍ରସ୍ତୁତିକୁ ନେଇ ସାରା ବିଶ୍ୱ ଲାଗିଥିବା ବେଳେ ଟିକା ମିଳିବା ନେଇ ଏଯାଏ କୈାଣସି ଆଶାଜନକ ତଥ୍ୟ ପ୍ରକାଶ ପାଇନାହିଁ । ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଭାରତରେ କରୋନା ଟିକା ମିଳିବା ନେଇ ଦେଇଛନ୍ତି ସୂଚନା ।
୨୦୨୧ ଜୁଲାଇ ସୁଦ୍ଧା ଦେଶରେ ୪୦୦ ରୁ ୫୦୦ ମିଲିୟନ୍ କରୋନା ଡୋଜ୍ ପ୍ରସ୍ତୁତ ହେବ । ଦେଶର ୨୫ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି ।
ତେବେ ଏହି ଟିକା ପ୍ରାଥମିକସ୍ତରରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ । ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଜନସଂଖ୍ୟା ଗୋଷ୍ଠୀର ବିବରଣୀକୁ ପ୍ରାଥମିକ ଭାବେ ପଠାଇବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି ।