Threading ପରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ, ନଚେତ ଫିକା ପଡିଯିବ ଆପଣଙ୍କ ସୁନ୍ଦରତା

ଝିଅମାନଙ୍କର ମୋଟା ଆଇବ୍ରୋ ସେମାନଙ୍କ ସୁନ୍ଦରତାକୁ ଫିକା କରିଦେଇଥାଏ। ଏହାକୁ ଦୂର କରିବା ପାଇଁ ଏବେ Threading ଏମିତି ଏକ ମାଧ୍ୟମ ପାଲଟି ଯାଇଛି, ଯାହାକି ଆପଣଙ୍କ ସୁନ୍ଦରତାକୁ ଫେରାଇ ଆଣିବ। କିନ୍ତୁ Threading କରାଇବା ସମୟରେ ହେଉଥିବା ଯନ୍ତ୍ରଣା ଯୋଗୁ ଅନେକ ଯୁବତୀ ଏହାଠୁ ଦୂରେଇ ରୁହନ୍ତି। ତେବେ Threading ପରେ ଭୁଲରେ ବି କେବେ ଆପଣ ଏହିସବୁ ଭୁଲ କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ସେ ବିଷୟରେ।

ccxx

୧. Threading ପରେ ତ୍ୱଚାର ରେଡନେସ ବା ଲାଲପଣକୁ ଦୂର କରିବା ପାଇଁ ଥଣ୍ଡା ପାଣିରେ ମୁଁହ ଧୁଅନ୍ତୁ। ଜ୍ବଳନ କମ କରିବା ପାଇଁ ଏଲୋଭେରା ଜେଲ କିମ୍ବା ଗୋଲାପ ଜଳ ଲଗାନ୍ତୁ।

୨. ଯେଉଁଠୁ କେଶ ହଟାଯାଇଛି, ସେହି ଜାଗାକୁ ବାରମ୍ବାର ଛୁଅନ୍ତୁ ନାହିଁ। ଏହାଦ୍ୱାରା ଇନଫେକସନ ଏବଂ ଅନ୍ୟ ବ୍ରେକ ଆଉଟସ ସମସ୍ୟା ହୋଇପାରେ।

୩. Threading ପରେ ତୁରନ୍ତ ଖରାକୁ ବାହାରନ୍ତୁ ନାହିଁ। କାରଣ, କେଶ ହଟାଯିବା ପରେ ସେହି ସ୍ଥାନ ବହୁତ ସମ୍ବେଦନଶୀଳ ହୋଇଯାଇଥାଏ।

ddx

୪. Threading କରି ସାରିବା ପରେ ପୂରା ଦିନସାରା ହାଲୁକା ମଇଶ୍ଚରାଇଜର ଲଗାନ୍ତୁ। କାରଣ, ଅତ୍ୟଧିକ ରୁକ୍ଷପଣ ରହିଲେ ଜ୍ବଳନ ହୋଇଥାଏ।

୫. Threading ପରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ମେକଅପ କରନ୍ତୁ ନାହିଁ। ସେହିପରି ୩ ଦିନ ପର୍ଯ୍ୟନ୍ତ କୌଣସି ନାଇଟ କ୍ରିମ କିମ୍ବା ଆଣ୍ଟି-ଏଜିଙ୍ଗ କ୍ରିମ ପ୍ରୟୋଗ କରନ୍ତୁ ନାହିଁ।