କିଙ୍ଗସ ପଂଜାବ ଏକାଦଶକୁ ୧୦ ଉଇକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ

ଦୁବାଇ : ଲଗାତାର ତିନିଟି ପରାଜୟ ପରେ ଜୋରଦାର କମଵ୍ୟାକ କଲା ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ । ଆଜିର ଦ୍ଵିତୀୟ ମ୍ୟାଚରେ କିଙ୍ଗସ ପଂଜାବ ଏକାଦଶକୁ ୧୦ ଉଇକେଟରେ ହରାଇ ବିରାଟ ବିଜୟ ହାସଲ କରିଛି । ପଂଜାବ ଦେଇଥିବା ୧୭୯ ରନ ଲକ୍ଷ୍ୟକୁ କୌଣସି ଉଇକେଟ ନହରାଇ ୧୭.୪ ଓଭରରେ ହାସଲ କରି ନେଇଛି । ଦୁଇ ଓପନର ୱାଟସନ ଓ ଡୁ ପ୍ଲେସିସ ସବୁ କାମ ସଅଳ ସାରିଦେଲେ । ୱାଟସନ ୫୩ ବଲରେ ୮୩ (୧୧ ଚୌକା, ୩ ଛକା) ଏବଂ ଡୁ ପ୍ଲେସିସ ସମାନ ୫୩ ବଲରେ ୮୭ ରନ (୧୧ ଚୌକା, ୧ ଛକା) କରିଥିଲେ । ଏମାନଙ୍କ ଅପରାଜିତ ଯୋଡି ୧୮୧ ରନ ସଂଗ୍ରହ କରିଥିଲେ । ୱାଟସନ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି ।
ପୂର୍ବରୁ କିଙ୍ଗସ ପଂଜାବ ଏକାଦଶ ୪ ଉଇକେଟରେ ୧୭୮ ରନ କରିଥିଲା । ଅଧିନାୟକ କେଏଲ ରାହୁଲ ୬୩, ପୁରନ ୩୩ ରନ କରିଥିଲେ ।

ଆଜିର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଂଡିଆନ୍ସ ୩୪ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା ।

 

point

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.