Below header

ଆଜି ସନ୍ଧ୍ୟାରେ ବନାନ୍ତୁ ଡେଭିଲ ଫ୍ରାଏ, ଟେଷ୍ଟ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ

ସିଝା ଅଣ୍ଡା – ୪ଟି

ସିଝା ଆଳୁ – ୧ କପ୍‌

ବେସନ – ଗୋଟେ କପ୍‌

ବ୍ରେଡ ଚୂରା – ୧ କପ୍‌

କଟା ପିଆଜ – ୨

କଟା ରସୁଣ – ୪ କୋଲା

ଅଦା କଟା ହୋଇଥିବା – ୧ ଇଞ୍ଚ୍‌

ଲୁଣ – ସ୍ୱାଦାନୁସାରେ

ଗୋଲ ମରୀଚ ପାଉଡର – ଏକ ଚାମଚ

ଲାଲ ଲଙ୍କା ପାଉଡର – ୧ ଚାମଚ

କଟା କଞ୍ଚା ଲଙ୍କା – ୧

ଧନିଆ ପତ୍ର – ୧ କପ୍‌

ରିଫାଇନ୍‌ ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ କଡାରେ ତେଲ ଗରମ କରନ୍ତୁ।
  • ଏଥିରେ ଅଦା, ରସୁଣ, ପିଆଜ ପକାଇ ଦିଅନ୍ତୁ।
  • ୨ ମିନିଟ ପରେ ସିଝା ଆଳୁ, ଲାଲ ଲଙ୍କା ପାଉଡର, କଞ୍ଚା ଲଙ୍କା ଏବଂ ଗୋଲ ମରୀଚ ପାଉଡର ପକାଇ ଦିଅନ୍ତୁ।
  • ଏବେ ଅଣ୍ଡାକୁ ଦୁଇ ଭାଗ କରି କାଟି ଦିଅନ୍ତୁ।
  • ଅଣ୍ଡା ଗୋଟେ ଫାଳ ନେଇ ଆଳୁର ମିଶ୍ରଣକୁ ଦିଅନ୍ତୁ। ଏପରି ଭାବେ ସବୁକୁ ବନାଇ ଦିଅନ୍ତୁ।
  • ଏବେ ବେସନ, ହଳଦି ପାଉଡର, ଲୁଣ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ।
  • ପ୍ରସ୍ତୁତ କରି ରଖିଥିବା ଅଣ୍ଡାକୁ ଏହି ଘୋଳରେ ବୁଡାଇ ବ୍ରେଡ୍‌ ଚୂରା ଲଗାଇ ଦିଅନ୍ତୁ।
  • କଡାରେ ତେଲ ଗରମ କରି ଏହାକୁ ତେଲରେ ପକାଇ ଛାଣି ଦିଅନ୍ତୁ।
  • ଏହା ଭଲଭାବେ ଫ୍ରାଏ ହୋଇଗଲା ପରେ କାଢ଼ି ଦିଅନ୍ତୁ।
  • ଏହାକୁ ଆପଣ ସାଲାଡ୍‌ କିମ୍ବା ମସ୍ଟାର୍ଡ ସସ୍‌ ସହ ଗରାମ ଗରମ ଖାଆନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.