Below header

ଘରେ ଏହି ଉପାୟରେ ବନାନ୍ତୁ ଅଦା ଓ ରସୁଣ ପେଷ୍ଟ, ଯେତେ ଦିନ ଚାହିଁବେ ମନଇଚ୍ଛା ରଖି ୟୁଜ୍‌ କରିପାରିବେ

ଅଦା ରସୁଣ ପେଷ୍ଟ ସବୁ ଭାରତୀୟ ରୋଷେଇ ଘରେ ବ୍ୟବହୃତ ହୋଇଥାଏ। ଅନେକ ମହିଳା ଏହାକୁ ଘରେ ବନାଇ ଥାଆନ୍ତି। କିନ୍ତୁ ବଜାର ଭଳି ସ୍ୱାଦ ଆସିନଥାଏ। ଏମିତି ଏଥିପାଇଁ ହୋଇଥାଏ କାରଣ ଅଦା ରସୁଣର ମାତ୍ରା ଠିକ ଠାକ୍‌ ନହେବା। ଅବଶ୍ୟ ଏହାର ମାତ୍ରା ଆପଣ ଆପଣଙ୍କ ହିସାବରେ ରଖିପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣ ଘରେ କେମିତି ବଜାର ଭଳି ଅଦା ରସୁଣ ପେଷ୍ଟ ପ୍ରସ୍ତୁତ କରିବେ। ଏହାକୁ ଅଧିକ ଦିନ କେମିତି ରଖିବେ ଜାଣନ୍ତୁ ତାର ଟିପ୍ସ।

ଆବଶ୍ୟକ ସାମଗ୍ରୀ

  • ଗୋଟେ ଗିନା ଚୋପା ଛଡା ରସୁଣ କୋଲା
  • ଗୋଟେ ଗିନା ଚୋପା ଛଡା ଅଦା
  • ୩ ଚାମଜ ତେଲ
  • ୧ ଚାମଚ ଲୁଣ

କେମିତି ବନାଇବେ ଜାଣନ୍ତୁ

ଅଦା ଏବଂ ରସୁଣକୁ ଏକା ସାଥିରେ ମିଶାଇ ସେଥିରେ ୨ ଚାମଚ ତେଲ ମିକ୍ସ କରନ୍ତୁ ଏବଂ ପେଶି ଦିଅନ୍ତୁ। ଥରେ ପେଶି ହେବା ପରେ ଜାରର ଢ଼ାଙ୍କଣା ଖୋଲି ସେଥିରେ ବଳକା ତେଳ ଏବଂ ଲୁଣ ମିଶାଇ ମିକ୍ସ କରନ୍ତୁ। ଏହାପରେ ଆଉଥରେ ଭଲଭାବେ ପେଶିଦିଅନ୍ତୁ। ଏବେ ଏହି ପେଷ୍ଟକୁ ଏକ ପାତ୍ରକୁ ବାହାର କରି ଫ୍ରିଜରେ ଷ୍ଟୋର କରି ରଖିଦିଅନ୍ତୁ।

ଏହା ଉପରେ ଧ୍ୟାନ ଦିଅନ୍ତୁ

ଏଥିରେ ପାଣିର ବ୍ୟବହାର ବିଲକୁଲ୍‌ ବି କରନ୍ତୁନାହିଁ।
ସ୍ୱାଦ ଅନୁଯାୟୀ ଅଦା ଏବଂ ରସୁଣର ମାତ୍ରା ବଢ଼ାନ୍ତୁ ଏବଂ କମାନ୍ତୁ।
ଏଭଳି ପ୍ରସ୍ତୁତ କରିଥିବା ଅଦା ରସୁଣ ପେଷ୍ଟକୁ ଫ୍ରିଜରେ ରଖିଲେ ଦୁଇ ମାସ ଯାଏଁ ଖରାପ ହେବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.