Below header

ବଜାରକୁ ଆସୁଛି ସାମ୍‌ସଙ୍ଗର ନୂଆ 5G ଫୋନ୍‌ , ଜାଣନ୍ତୁ ଏହାର ଦାମ୍‌ ଓ ସ୍ପେସିଫିକେସନ

ନୂଆଦିଲ୍ଲୀ : ସାମ୍‌ସଙ୍ଗର ନୂଆ 5G ସ୍ମାର୍ଟ ଫୋନ୍‌ Galaxy A52s ଖୁବ୍‌ ଶୀଘ୍ର ବଜାର ପ୍ରବେଶ କରିବାକୁ ଯାଉଛି । ଏହା Galaxy A52s ର ଅପଗ୍ରେଡ୍‌ ଭର୍ଜନ । ଏହାର ସ୍ପେସିଫିକେସନ୍‌ ସମ୍ପର୍କରେ କମ୍ପାନୀର ଲିକ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ ଏହା 108 MP କ୍ୟାମେରା ଥିବା Motorola Edge 20 ସହ ଟକ୍କର ଦେବ । ରିପୋର୍ଟ ଅନୁଯାୟୀ ଏହାର ଦାମ୍‌ ୪୪୯ ରୁ ୫୦୦ ଡଲାର ବା ୩୩ ରୁ ୩୭ ହଜାର ଟଙ୍କା ମଧ୍ୟରେ ରହିବ ।

ସମ୍ଭାବିତ ସ୍ପେସିଫିକେସନ :

ଲିକ୍‌ ରିପୋର୍ଟ ଅନୁଯାୟୀ, ସାମ୍‌ସଙ୍ଗର ନୂଆ 5G ସ୍ମାର୍ଟ ଫୋନ୍‌ Galaxy A52s ରେ ୬.୫ ଇଞ୍ଚ୍‌ର Super AMOLED ଡିସ୍‌ପ୍ଲେ ଦିଆଯାଇପାରେ । ଯାହାକି – ରିଫ୍ରେସ ରେଟ୍‌ ସପୋର୍ଟ ସହିତ ଆସିବ । ଫୋନ୍‌ରେ Qualcomm ର Snapdragon 778G SoC ପ୍ରୋସେସର ସପୋର୍ଟ ଦିଆଯାଇପାରେ । ଫୋନ୍‌ ଦୁଇଟି ର‍୍ୟାମ୍‌ ଭାରିଆଣ୍ଟ 6GB ଓ 8GB ରେ ଆସିପାରେ ।

ଷ୍ଟୋରେଜ କଥା କହିବାକୁ ଗଲେ ଏହା 128GB ଓ 256GB ସପୋର୍ଟରେ ଦିଆଯାଇପାରେ । ଏଥିରେ କ୍ୱାଡ୍‌ କ୍ୟାମେରା ସେଟ ଅପ୍‌ ଦିଆଯାଇପାରେ । ଏହାର ପ୍ରାଇମେରୀ କ୍ୟାମେରା 64MP ହେବ । ଏହାଛଡ଼ା 12MP ଅଲଟ୍ରା ଓ୍ଵାଇଣ୍ଡ ଏଙ୍ଗଲ ଲେନ୍ସ ଏବଂ 5MP ର ଦୁଇଟି ଡେପ୍‌ଥ ସେନ୍ସର ଓ 5MP ମାଇକ୍ରୋ ଲେନ୍ସର କ୍ୟାମେରା ଦିଆଯାଇପାରେ ।

ସେଲ୍‌ଫି ପାଇଁ ଫୋନ୍‌ ର ଫ୍ରଣ୍ଟରେ 32MP କ୍ୟାମେରା ମିଳିବ । ପାଓ୍ଵାର ବ୍ୟାକ୍‌ଅପ୍‌ ପାଇଁ ଏଥିରେ 4500mAh ବ୍ୟାଟେରୀ ସହ 25W ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.