ବରଗଡ଼: ଆଜି ବିଶ୍ବ ଅଙ୍ଗଦାନ ଦିବସ, ପୂର୍ବ ସ୍ଵାକ୍ଷର ଅନୁଯାୟୀ ଅଙ୍ଗଦାନ କଲେ ଭେଡେନ ଟିହିଁକିପାଲି ଗ୍ରାମର ଚମ୍ପାବତୀ ପଧାନ

ବରଗଡ଼(କେନ୍ୟୁଜ୍):  ଅଙ୍ଗଦାନ ଦିବସରେ ଅଙ୍ଗଦାନ କଲେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଟିହିଁକିପାଲି ଗ୍ରାମର ଚମ୍ପାବତୀ ପଧାନ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ୮୩ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ଶ୍ରୀମତୀ ପଧାନ । ପୂର୍ବ ସ୍ଵାକ୍ଷର ଅନୁଯାୟୀ  ବୁର୍ଲା ବଡ଼ ମେଡିକାଲ ଭୀମସାର ଠାରେ ଅଙ୍ଗଦାନ ସହ ଚକ୍ଷୁ ଦାନ କରିଛନ୍ତି  । ପୂର୍ବରୁ ତାଙ୍କ ସ୍ୱାମୀ ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଗଙ୍ଗାଧର ପଧାନ ମଧ୍ୟ ଶରୀର ଦାନ କରିଥିଲେ । ଶ୍ରୀମତୀ ପଧାନ ହେଉଛନ୍ତି ସମାଜସେବୀ ଉମେଶ୍ୱର ପଧାନଙ୍କ ମାତା ।

ସାଧାରଣରେ ମୃତ୍ୟୁ ପରେ ଅନେକ ଲୋକ ଶବ ଦାହ କରୁଛନ୍ତି ।ଯେହେତୁ ମହାମାରୀ କରୋନାର ସମୟରେ ଚାଲିଛି ତେଣୁ ମେଡିକାଲ କର୍ତ୍ତୃପକ୍ଷ  ଶରୀର ଏଵଂ ଚକ୍ଷୁ ଦନାକୁ ମନା କରିଦେଉଛନ୍ତି।

କିନ୍ତୁ  ଆଜିର ଦିନଟିକୁ ସାରା ବିଶ୍ୱ    ଅଙ୍ଗଦାନ ଦିବସ ଭାବେ ପାଳନ କରୁଥିବାରୁ  ଆଜିର ଦିନରେ ଚମ୍ପାବତୀଙ୍କ ମୃତ୍ୟୁ ହୋଇଛି । ମାଆଙ୍କ ମୃତ୍ୟୁ ପରେ ମର୍ମାହତ ସାରା ପରିବାର।  ହେଲେ ପୂର୍ବରୁ ନେଇଥିବା ଏଭଳି ନିଷ୍ପତ୍ତିକୁ ଖୁସି ହେବା ସହ ମେଡିକାଲକୁ ଯାଇ ମା’ଙ୍କ ଶରୀର ଦାନ କରିଛନ୍ତି । ଯାହା ଛାତ୍ର ଛାତ୍ରୀଙ୍କ ପାଠପଢ଼ାରେ ଉପଯୋଗୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.