ଆଜି ଚା ସହିତ ନିଅନ୍ତୁ ପୋଟାଟୋ ପକେଟ୍ସର ମଜା, ସମସ୍ତଙ୍କୁ ଆସିବ ପସନ୍ଦ

ଶୀତୁଆ ପାଗରେ ଘରେ ପ୍ରାୟ ସମୟରେ ଛଣାଛଣି ଜିନିଷ ପ୍ରସ୍ତୁତ କରାଯାଇଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ରେସିପି ନେଇ ଆସିଛୁ, ଯାହାର ନାମ ‘ପୋଟାଟୋ ପକେଟ୍ସ’। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ବନାଇବା ମଧ୍ୟ ସେତିକି ସହଜ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୩ ଆଳୁ – (ସିଝା ହୋଇଥିବା)
  • ଏକ ଚାମଚ ବଟର
  • ପିଆଜ – ଗୋଟିଏ
  • ଅଧା କପ୍‌ ମଇଦା
  • ଏକ ଚାମଚ ତେଲ
  • ଲୁଣ ଏବଂ ଗୋଲମରୀଚ ପାଉଡର ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ପ୍ୟାନରେ ଦୁଇ ଚାମଚ ବଟର ପକାଇ ମେଲ୍ଟ କରିଦିଅନ୍ତୁ। ଏହାପରେ ପିଆଜକୁ ପକାଇ ନରମ ହେବା ଯାଏଁ ଭାଜି ଦିଅନ୍ତୁ।
    ଆଞ୍ଚରୁ ବାହାର କରି ସିଝା ଆଳୁରେ ମିଶାଇ ଦିଅନ୍ତୁ।
  2. ଏଥିରେ ଲୁଣ ଏବଂ ଗୋଲମରୀଚ ପାଉଡର ମିକ୍ସ କରନ୍ତୁ।
  3. ଏକ ପାତ୍ରରେ ମଇଦା, ଲୁଣ ଏବଂ ତେଲ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ, ଯେମିତି ଏଥିରେ ବିଣ୍ଡା ନହେବ।
  4. ଧୀରେ ଧୀରେ ପାଣି ମିଶାଇ ନରମ ହେବା ଯାଏଁ ଚକଟି ଦିଅନ୍ତୁ। ୧୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଘୋଡାଇ ରଖନ୍ତୁ।
  5. ଦଶ ମିନିଟ୍‌ ପରେ ଏହାକୁ ପୁଣିଥରେ ଚକଟି ଛୋଟ ଛୋଟ ଗୋଲା ବନାଇ ଆଳୁର ଷ୍ଟଫିଙ୍ଗ (ପୂର) ଦେଇ ସବୁ ସାଇଡକୁ ବନ୍ଦ କରିଦିଅନ୍ତୁ।
  6. ଏହାପରେ ଏହାକୁ ବେକିଙ୍ଗ୍‌ ଟ୍ରେରେ ରଖି ପ୍ରିହୀଟ ଓଭନରେ ସୁନେଲୀ ହେବା ପର୍ଯ୍ୟନ୍ତ ବେକ୍‌ କରିଦିଅନ୍ତୁ।
  7. ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ପୋଟାଟୋ ପକେଟ୍ସ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.