Below header

ଏକ ମୁଠା ଚଣାରେ ଲୁଚି ରହିଛି ଶରୀରର ଅନେକ ଲାଭ, ଜାଣନ୍ତୁ ଏହାଦ୍ୱାରା ହେଉଥିବା ଚମତ୍କାରୀ ଫାଇଦା

ସାଧାରଣତଃ ଆପଣ ଶୁଣିଥିବେ ଯେ ଖାଲି ପେଟରେ ଗଜା ମୁଗ କିମ୍ବା ଗଜା ବୁଟ ଖାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥାଏ । ତେବେ ଏହା ପଛରେ ଅନେକ କାରଣ ରହିଛି । ଯଦି ଆପଣ ନିଜ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି, ତେବେ ଚଣା ବା ବୁଟ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଚଣାର ଉପକାରିତା ବିଷୟରେ କହିବାକୁ ଯାଉଛୁ ।

  • ଚଣାରେ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ରହିଥାଏ ତେଣୁ ଯେଉଁମାନଙ୍କର ମଧୁମେହ ସମସ୍ୟା ରହିଛି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

How to sprout bengal gram (kale chane) - EZPZ Cooking

  • ଯଦି ଆପଣ ମେଦବହୁଳତା ବା ମୋଟାପଣକୁ ନେଇ ଚିନ୍ତିତ ତେବେ ଚଣା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ପ୍ରଚୁର ଫାଇବର ଥାଏ ଯାହା ଆପଣଙ୍କୁ ଅଧିକ ଭୋକ ଲାଗିବାକୁ ଦିଏ ନାହିଁ ।
  • ଚଣାରେ ଥିବା ଥିବା ଫାଇବର, ଭିଟାମିନ୍-ଏ, ସି, ଏବଂ B6 ପରି ପୋଷକ ତତ୍ତ୍ୱ ଶରୀରରେ ଫୁଲାକୁ ହ୍ରାସ କରିବାରେ ସାହାଯ୍ୟ କରେ । ଶରୀରରେ ହେଉଥିବା ଯନ୍ତ୍ରଣା ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.