Below header

କେବେ ଆପଣ କଞ୍ଚା କଦଳୀର ପୁରି ଖାଇଛନ୍ତି କି ? ନିଅନ୍ତୁ ପୁରିର ଭିନ୍ନ ଏକ ସ୍ୱାଦ

ଘରେ ସାଧାରଣତଃ ଆପଣ ପୁରି ପ୍ରସ୍ତୁତ କରିଥିବେ । କେବଳ ସାଧାପୁରି ନୁହେଁ ଘରେ ଅନେକ ପ୍ରକାର ପୁରି ଭିନ୍ନ ଭିନ୍ନ ଫ୍ଲେଭରର ମଧ୍ୟ ପ୍ରସ୍ତୁତ କରାଯାଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଭିନ୍ନ ସ୍ଵାଦରେ ପୁରି ପ୍ରସ୍ତୁତ କରିବାପାଇଁ କହୁଛୁ ଯାହା ଆପଣ ଆଗରୁ କେବେବି ଖାଈନଥିବେ । ଏହା କମ ସମୟ ସହିତ ଅତି ସହଜରେ ମଧ୍ୟ ପ୍ରସ୍ତୁତ ହୋଇଯାଇଥାଏ । ଯଦି ଆପଣଙ୍କ ଘରକୁ କେହି ଅତିଥି ଆସିଛନ୍ତି ତାହେଲେ ଭାବିବା ଦରକାର ନାହିଁ, ଥରେ ବନେଇ ଖାଇବାକୁ ଦିଅନ୍ତୁ କଞ୍ଚା କଦଳୀର ପୁରୀ । ଦେଖିବେ ସେମାନେ ଆପଣଙ୍କ ତାରିଫ ନକରି ରହିପାରିବେ ନାହିଁ । ତାହେଲେ ଆସନ୍ତୁ ଜାଣିବା କଞ୍ଚା କଦଳୀର ପୁରି କିପରି ପ୍ରସ୍ତୁତ କରିବେ ।

ଆବଶ୍ୟକୀୟ ସାମଗ୍ରୀ

୨୫୦ଗ୍ରାମ ଅଟା, ଅଧା ଚାମଚ ଜୁଆଣି, ଦୁଇଟି କଦଳୀ , ତେଲ ଓ ଆବଶ୍ୟକ ଅନୁସାରେ ଲୁଣ ।

कच्चे केले की पूरी रेसिपी

ପ୍ରସ୍ତୁତି ପ୍ରଣାଳୀ

କଞ୍ଚା କଦଳୀର ପୁରୀ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପ୍ୟାନରେ କଞ୍ଚା କଦଳୀକୁ ଭଲ ଭାବେ ସିଝାଇ ଦିଅନ୍ତୁ । ତାପରେ ସେଥିରୁ ଚୋପା ବାହାର କରି ଭଲଭାବେ ଚକଟି ଦିଅନ୍ତୁ । ତାପରେ ଅନ୍ୟ ଏକ ପାତ୍ରରେ ଅଟା, ଲୁଣ, ଚକଟି ରଖିଥିବା କଦଳୀ ଓ ଜୁଆଣି ମିଶାଇ ଭଲଭାବେ ଚକଟି ଦିଅନ୍ତୁ । ତାପରେ ଏହାକୁ ଛୋଟ ଛୋଟ ଗୁଳା କରି ପୁରୀ ଆକାରରେ ବେଲି ଛାଣି ଦିଅନ୍ତୁ । ଅତି ସହଜରେ ଓ କମ ସମୟରେ ପ୍ରସ୍ତୁତ ହୋଇଯାଏ ଏହି ସ୍ୱାଦିଷ୍ଟ କଦଳୀ ପୁରି । ତାପରେ ଏହାକୁ ଆପଣ ନିଜ ମନ ପସନ୍ଦର ତରକାରୀ ସହ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.