ସାଧାରଣ ପୋଷାକ ଭଳି ନ ଧୋଇ ଏହି ଶୈଳୀରେ ଅନ୍ତଃବସ୍ତ୍ରକୁ ଧୁଅନ୍ତୁ, ନଚେତ୍‌ ହୋଇପାରେ ଇନ୍‌ଫେକ୍ସନ୍‌

ସବୁ ପୋଷାକକୁ ଧୋଇବାର ଶୈଳୀ ଭିନ୍ନ ଭିନ୍ନ ହୋଇଥାଏ। ସମସ୍ତ ମଇଳା ଡ୍ରେସ୍‌କୁ ଏକାଠି ସଫା କରିବା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। କିଛି ଡ୍ରେସ୍‌ ନରମ ହୋଇଥାଏ ଯାହାକୁ ଅଧିକ ଧୋଇବା ଦ୍ୱାରା ତାହା ଉଲୁରିଯାଏ। ସେହିପରି ଜିନ୍ସ କପଡ଼ାକୁ ଅଧିକ ମକଚିକି ଧୋଇବାକୁ ପଡ଼ିଥାଏ। ଏଣୁ ସବୁ ଡ୍ରେସକୁ ଏକାଠି ସଫା କରିବା ଦ୍ୱାରା ରଙ୍ଗ ମଧ୍ୟ ଧୋଇ ଲାଗିବାର ଆଶଙ୍କା ରହଛି। ଅଧିକାଂଶ ଲୋକ ଡ୍ରେସ୍‌ ସହ ଅନ୍ତଃବସ୍ତ୍ରକୁ ମଧ୍ୟ ଏକାଠି ଧୋଇଥାଆନ୍ତି। କିନ୍ତୁ ଏଭଳି କରିବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ଜାଣିବା ଅନ୍ତଃବସ୍ତ୍ର ବା ଅଣ୍ଡରଗାର୍ମେଣ୍ଟସ୍‌କୁ ଧୋଇବାର ସଠିକ୍‌ ପଦ୍ଧତି…

ଗରମ ପାଣିରେ ଧୁଅନ୍ତୁ

ଅନ୍ତଃବସ୍ତ୍ରକୁ ଆମେ ସାଧାରଣତଃ ନର୍ମାଲ ପାଣିରେ ଧୋଇଥାଉ। କିନ୍ତୁ ସାଧାରଣର ତାପମାତ୍ରାରେ ଥିବା ପାଣିରେ ଧୋଇବା ଦ୍ୱାରା ଅନ୍ତଃବସ୍ତ୍ରର ବ୍ୟାକ୍ଟେରିଆ ମରିପାରନ୍ତି ନାହିଁ। ଏଣୁ ଅନ୍ତଃବସ୍ତ୍ରକୁ ସର୍ବନିମ୍ନ ୪୦ ଡିଗ୍ରୀ ତାପମାତ୍ରା ବିଶିଷ୍ଟ ପାଣିରେ ଧୋଇବା ଉଚିତ। ଡିଟରଜେଣ୍ଟରେ ଭଲ ଭାବେ ସଫା କରିବା ପରେ ଆଣ୍ଟିଫଙ୍ଗଲ ବା ଆଣ୍ଟିବ୍ୟାକ୍ଟେରିଆ ପାଣିରେ ମଧ୍ୟ କିଛି ସମୟ ବୁଡ଼ାଇ ରଖିବା ଉଚିତ। ପରେ ଭଲଭାବେ ଚିପୁଡ଼ିକି ଖରାରେ ଶୁଖାଇବା ଆବଶ୍ୟକ। ଏହାଦ୍ୱାରା ଇନ୍‌ଫେକସନ୍‌ ଦୂର ହୁଏ।

ଇନ୍‌ଫେକସନ୍‌ର ଆଶଙ୍କା ରହିଛି

ଅନ୍ତଃବସ୍ତ୍ର ସିଧାସଳଖ ଆମ ପ୍ରାଇଭେଟ୍‌ ପାର୍ଟକୁ ସ୍ପର୍ଶ କରିଥାଏ। ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ସଂସ୍ପର୍ଶରେ ଆସୁଥିବାରୁ ଏହା ସଫା ନ ରହିଲେ ଇନ୍‌ଫେକସନ୍‌ ହେବା ଆଶଙ୍କା ରହିଛି। ଏହାର ପ୍ରଭାବ ଆମ ଇମ୍ୟୁନିଟି ସିଷ୍ଟମ୍‌ ଉପରେ ମଧ୍ୟ ପଡ଼ିଥାଏ। ଖାସ୍‌ କରି ଛୋଟ ଛୁଆ ଓ ବୟସ୍କ ଲୋକଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ। ଏଣୁ ନିଜ ସୁରକ୍ଷା ପାଇଁ ସବୁ ପୋଷାକକୁ ଏକାଠି ଧୁଅନ୍ତୁ ନାହିଁ।

ପିଲାଙ୍କ ଅନ୍ତଃବସ୍ତ୍ରକୁ ଅଲଗା ଧୁଅନ୍ତୁ

ପ୍ରାୟତଃ ଘରେ ମହିଳାମାନେ ଲୁଗାପଟା ସଫା କରିବା ବେଳେ ବଡ଼ମାନଙ୍କ ଡ୍ରେସ୍‌ ସହ ଛୋଟ ପିଲାଙ୍କ ଡ୍ରେସ୍‌କୁ ବି ଏକାଠି ଓ୍ଵାଶିଂମେସିନ୍‌ରେ ଧୋଇଦେଇଥାନ୍ତି। ଆପଣ ବି ଯଦି ଏଭଳି କରୁଛନ୍ତି ତେବେ ଆଗକୁ ଏଭଳି କରିବାକୁ ବିରତ ରୁହନ୍ତୁ। ଛୋଟ ପିଲାଙ୍କ ଅନ୍ତଃବସ୍ତ୍ରକୁ କେବେ ବି ବୟସ୍କ ଲୋକଙ୍କ ଅନ୍ତଃବସ୍ତ୍ର ସହ ସଫା କରନ୍ତୁ ନାହିଁ। ଏହାଦ୍ୱାରା ପିଲାଙ୍କ ପୋଷାକରେ ବ୍ୟାକ୍ଟେରିଆ ଲାଗି ରହିବା ଆଶଙ୍କା ରହିଛି।

ଏହାସହ ପଢ଼ନ୍ତୁ: ନବଜାତକଙ୍କୁ ଶୁଆଇବା ବେଳେ ସମସ୍ୟା ହେଉଥିଲେ ଥରେ ଏହି ଉପାୟ ନିଶ୍ଚୟ ଆପଣାନ୍ତୁ

ସଠିକ୍‌ ଡିଟରଜେଣ୍ଟ ବ୍ୟବହାର କରନ୍ତୁ

ସବୁ ପ୍ରକାର ପୋଷାକ ପାଇଁ ଭିନ୍ନ ଭିନ୍ନଧଣରର ଡିଟରଜେଣ୍ଟ ପାଉଡର ରହିଛି। ଅନ୍ତଃବସ୍ତ୍ର ପାଇଁ ସବୁବେଳେ ସଫ୍ଟ ପ୍ରଡକ୍ଟ ବ୍ୟବହାର କରନ୍ତୁ। ଏହାଦ୍ୱାରା କପଡ଼ା ବି ଭଲ ରହିବ ଓ ଆପଣ ରୋଗମୁକ୍ତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.